ଓଡ଼ିଶା ଖବରନ୍ୟୁଜ୍

ପ୍ରେସ ୟୁନିୟନ ଗୁଣୁପୁର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପ୍ରେସ ୟୁନିୟନ ଗୁଣୁପୁର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ରାୟଗଡା:- ( ରିପୋର୍ଟ-କାହ୍ନୁ ଚରଣ ପାଢ଼ୀ)ଗୁଣୁପୁର ପ୍ରେସ ୟୁନିୟନ ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ଶ୍ରୀରଘୁନାଥ ଗମାଙ୍ଗ ଯୋଗଦେଇ ପ୍ରେସ ୟୁନିୟନ ର ଏଭଳି କାର୍ଯ୍ୟ କୁ ପ୍ରଶଂସା କରିଥିଲେ ।

ସମ୍ମାନିତ ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ସୋନାଲ ଜେନା, ଉପଖଣ୍ଡ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁ, ଗାନ୍ଧି ବିଶ୍ୱବିଦ୍ୟାଳୟ ର ସମ୍ପାଦକ ଡ଼ ଚନ୍ଦ୍ରଧ୍ଵଜ ପଣ୍ଡା, ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡଙ୍ଗା ଆଇନଜୀବୀ ବ୍ରହ୍ମାନନ୍ଦ ପଟନାୟକ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ବାରିକ ଯୋଗଦେଇ ରକ୍ତଦାନ ମହତ ଦାନ ମାନବ ସେବା ହିଁ ମାଧବ ସେବା ର ତାପ୍ତର୍ଜ ସମ୍ପର୍କରେ ଅବଗତ କରାଇଥିଲେ ।

ପ୍ରେସ ୟୁନିୟନ ସମାଜ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହ ନିରପେକ୍ଷ ଖବର ପ୍ରସାରଣ ଓ ଗଣମାଧ୍ୟମ ର ମର୍ଯ୍ୟାଦା କୁ ଅକ୍ଷୁର୍ଣ୍ଣ ରଖିବକୁ ସଂକଳ୍ପ ବୋଧ ବୋଲି ପ୍ରେସ ୟୁନିୟନ ସଭାପତି ପ୍ରମୋଦ କୁମାର ସାହୁ କହିଥିଲେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଶେଷ କରି ଆଦିବାସୀ ମାନେ ରକ୍ତ ଦେବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବାରୁ ସେଠାରେ ରକ୍ତଦାନ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ।

ପ୍ରେସ ୟୁନିୟନ ଗୁଣୁପୁର ତରଫରୁ ଆଗାମୀ ଦିନରେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଏବଂ ଲୋକଙ୍କ ସହ ବହୁ ସଚେତନ କରିବେ ବୋଲି ସୂଚନା ଦେଇଥିଲେ। ରକ୍ତ ଦାନ ଶିବିରରେ 20 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଶେଷରେ ପ୍ରେସ ୟୁନିୟନ ର ସମ୍ପାଦକ ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ପ୍ରେସ ୟୁନିୟନ ଗୁଣୁପୁର ର ସମସ୍ତ କର୍ମକର୍ତ୍ତା, ସଭ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ

Related posts

ପଞ୍ଚ ବାର୍ଷିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମାରୋହ

Odisha Halchal

ଫେଲ ମାରୁଛି ଆତ୍ମନିର୍ଭରଶୀଳ ଭାରତ

Odisha Halchal

ଦୁଇ ଦଫା ଦାବି ନେଇ ଶ୍ରମିକ ଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ

Odisha Halchal

Leave a Comment