ଓଡ଼ିଶା ଖବରନ୍ୟୁଜ୍

ବେକାରୀ ସମସ୍ୟାକୁ ଗୃହରେ ମୁଲତବୀ ପ୍ରସ୍ତାବ, ବିରୋଧୀ କଲେ ସମାଲୋଚନା

ବେକାରୀ ସମସ୍ୟାକୁ ଗୃହରେ ମୁଲତବୀ ପ୍ରସ୍ତାବ, ବିରୋଧୀ କଲେ ସମାଲୋଚନା

ରାଜ୍ୟରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ଆଜି ଗୃହରେ କଂଗ୍ରେସ ତରଫରୁ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବରୋଧୀ କଂଗ୍ରେସ ଏବଂ ବିଜେପି ।
ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଥିଲେ ଯେ ବେକାରୀ ସମସ୍ୟା ଯୋଗୁଁ ଯୁବକ-ଯୁବତୀ ମାନେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ମୋଟ ସରକାରୀ ପଦବୀର ୨୨.୫ ପ୍ରତିଶତ ପଦବୀ ଖାଲି ପଡ଼ିଛି । ୨୦୧୪ ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ କହିଥିଲା ପ୍ରତି ପଞ୍ଚାୟତରେ ୧୫୦ ଜଣଙ୍କୁ ଚାକିରୀ ଦେଵ।ବର୍ଷକୁ ଦୁଇ ଲକ୍ଷ ନିଯୁକ୍ତି ଦେବାକୁ କହିଥିଲା ବେଳେ କୁଆଡେ ଗଲା ଚାକିରୀ ବୋଲି ପ୍ରଶ୍ନ କରିଛନ୍ତି ତାରା। ଶିକ୍ଷକ ନିଯୁକ୍ତି ହେଉନାହିଁ । ନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ନିରୁତ୍ସାହ କରିଛନ୍ତି ସରକାର ଗାଁ ଗାଁ ରେ ମଦ ଦୋକାନ ଖୋଲାଯାଉଛି ।

ଏହି ପ୍ରସଙ୍ଗରେ ମନ୍ତ୍ରୀ ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖି କହିଛନ୍ତି ଯେ ଓଡ଼ିଶାରେ ଯୁବ କ ଯୁବତୀ ମାନଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ତାଲିମ କାର୍ଯ୍ୟକ୍ରମ ଚାଲୁ ରହିଛି । ୨୦୧୧-୧୨ ରୁ ୨୦୨୧-୨୨ ପର୍ୟ୍ୟନ୍ତ ୧ ଲକ୍ଷ ୫୬୪ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୨୭୬୧୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ୮୨ ଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ୨୦୦୮-୦୯ ରୁ ୨୧,୨୨ ବର୍ଷ ଭିତରେ ୩୦ ଟି ଜିଲ୍ଲାରେ ୨୯୬ ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଛି ।

ମନ୍ତ୍ରୀ କହିଛନ୍ତି ଯେ ମୋଟ ୫ ଲକ୍ଷ ୬୦ ହଜାର ୪୫ ଯୁବବର୍ଗ ଅଂଶ ଗ୍ରହଣ କରିଥିଲେ । ଲକ୍ଷେ ୪୮,୬୪୫ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି । ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୪୦ ଜଣ ଯୁବକଯୁବତୀ ତାଲିମ ନେଉଛନ୍ତି । ଗତ ୩ ବର୍ଷ ଭିତରେ ୫ ଲକ୍ଷ ୬ ହଜାର ୯୬୫ ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇ ଆତ୍ମନିଯୁକ୍ତିକ୍ଷମ କରାଯାଇଥିବା ଗୃହରେ ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ସହାୟତା ରେ ସମ୍ବଲପୁର, କଟକ, ରାଉରକେଲା, ଢେଙ୍କାନାଳ, ବ୍ରହ୍ମପୁର, କେଉଁଝର, କୋରାପୁଟ ରେ ମଡେଲ କ୍ୟାରିଅର ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏଥିରେ ନିଯୁକ୍ତି ଓ ତାଲିମ ଦିଆଯାଉଛି ।

ସେପଟେ ମନ୍ତ୍ରୀଙ୍କ ଉତ୍ତରରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ କହିଥିଲେ ଯେ ମନ୍ତ୍ର ବାହାରେ ବାହାସ୍ପଟ ମାରୁଛନ୍ତି । କିନ୍ତୁ ପ୍ରକୃତରେ ବେକାରୀ ସମସ୍ୟାକୁ ସରକାର ପ୍ରାଥମିକତା ଦେଇନାହାନ୍ତି । ସରକାର କେବଳ ନିର୍ବାଚନ ପାଇଁ ଏଭଳି ଯୋଜନା କରୁଛନ୍ତି । ୧୯୯୯ ରୁ ୨୦୦୮ ମଧ୍ୟରେ ୪୫,୫୧୩ ମୂଳ ପଦବୀ ଉଛେଦ ହୋଇଛି । ଅର୍ଥମନ୍ତ୍ରୀ ଦେଇଥିବା ଉତ୍ତର ଆଧାରରେ ୨ ଲକ୍ଷ ୨୬ ,୫୧୩ ପଦବୀ ଖାଲି ପଡ଼ିଛି । ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି । ବେକାରୀ ସମସ୍ୟା ରହିବାରେ ସରକାରଙ୍କ ଭୂମିକା ରହିଛି । ଅମଲାତନ୍ତ୍ର,ଅହଂକାର, ଦୁର୍ନୀତି ରେ ସରକାର ଡୁବି ରହିଛନ୍ତି । ବେକାରୀ କୁ ଭସ୍ମାସୁର ଭାବେ ତିଆରି କରୁଛନ୍ତି । ଯେଉଁଦିନ ଭସ୍ମଅସୁର ଛୁଇଁବ ସେଦିନ ସରକାର ଭସ୍ମ ହୋଇଯିବେ। ୨୨ ବର୍ଷ ଭିତରେ ଅପାରଗତା ଓ ସ୍ଥାଣୁତା ପାଇଁ ବେକାରୀ ବଢିଛି।

Related posts

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

Odisha Halchal

ବହୁ ବାଦ ବିବାଦ ପରେ ହାତରୁ ଦି’ହାତ ହେବାକୁ ଯାଉଛନ୍ତି ତିର୍ତ୍ତୋଲ ବିଧାୟକ

Odisha Halchal

କମିଶନରେଟ୍ ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

Odisha Halchal

Leave a Comment