ଅପରାଧଓଡ଼ିଶା ଖବରନ୍ୟୁଜ୍

ଭିଜିଲାନ୍ସ ଜାଲରେ ଡାକ୍ତର ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ ପାଇଁ ୧୧ ହଜାର ଲାଞ୍ଚ

ଭିଜିଲାନ୍ସ ଜାଲରେ ଡାକ୍ତର ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ ପାଇଁ ୧୧ ହଜାର ଲାଞ୍ଚ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଡାକ୍ତର । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିସିନ ବିଭାଗର ଡାକ୍ତର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମେଡିସିନ ବିଭାଗର ଡାକ୍ତର ହେଉଛନ୍ତି ଉମାକାନ୍ତ ଖଜରିଆ ।

ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି । ମେଡିକାଲ କ୍ଲିନିକରେ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି ।

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଚାଉଳିଆ ଗାଁର ନନ୍ଦିନୀ ନାୟକ ଏଲଆଇସିରେ ଏକ ବିମା ପଲିସି କରିଥିଲେ । ତେବେ ତାଙ୍କର ମୃତ୍ୟୁ ପରେ ଡେଥ୍ କ୍ଲେନ ପାଇଁ ଏଲଆଇସି ଏଜେଣ୍ଟ ବୈକୃଣ୍ଠ ଚରଣଙ୍କ ନିକଟରୁ ଲାଞ୍ଚ ନେବା ବେଳେ ଡାକ୍ତର ଉମାକାନ୍ତ ଧରାପଡିଛନ୍ତି ।

Related posts

ଭୟଙ୍କର ଦୁର୍ଘଟଣା

Odisha Halchal

ବିଜେଡ଼ିର ଗୁଣୁପୁରରେ ରଣହୁଙ୍କାର

Odisha Halchal

ପୁଣି କଳିଙ୍ଗା ଘାଟିରେ ଓଲଟିଲା ବସ

Odisha Halchal

Leave a Comment