ଓଡ଼ିଶା ଖବରନ୍ୟୁଜ୍

ଭୋଟ୍ ଦେବାର ନିଶା ୯୦ବର୍ଷ ବୟସ୍କା ବୃଦ୍ଧାଙ୍କୁ କାନ୍ଧରେ ବୋହି ଆଣିଲେ ନାତି

ସରିଲା ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ଭୋଟର ନିଜର ମତାଧିକାର ସାବ୍ୟସ୍ତ କରି ଲୋକ ପ୍ରତିନିଧି ବାଛିଲେ । କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଭଦ୍ରକ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରୁ କିଛି ରୋଚକ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଭୋଟ୍ ଦେବା ପାଇଁ କେଉଁଠି ଲମ୍ବା ଲାଇନ୍ ଲାଗିଛି ତ ଆଉ କେଉଁଠି ଘରର ବୟସ୍କ ଭୋଟରଙ୍କୁ ସମ୍ପର୍କୀୟ କାନ୍ଧରେ ବୋହି ବୋହି ଆଣିଛି । ତେବେ ଭଣ୍ଡାରିପୋଖରୀ ବ୍ଲକ୍ ନିର୍ଗୁଣ୍ଡି ପଂଚାୟତର ଗୁହାଳିଆ ବୁଥକୁ ଜଣେ ୯୦ବର୍ଷ ବୟସ୍କା ବୃଦ୍ଧାଙ୍କୁ ତାଙ୍କ ନାତି କାନ୍ଧରେ ବୋହି ନେଇଥିଲେ । ବୁଥରେ ପହଞ୍ଚି ଭୋଟ୍ ଦେଇଥିଲେ ବୃଦ୍ଧା । ସେହିପରି ତେସିଙ୍ଗା ପଂଚାୟତର ୬ ନମ୍ବର ୱାର୍ଡର ବାସନ୍ତୀ ଜେନା ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି । କିଛି ଦିନ ପୂର୍ବରୁ ମେଡିକାଲରୁ ଫେରିଛନ୍ତି । ଏମିତି କି ସ୍ବାସ୍ଥ୍ୟବସ୍ଥା ପାଇଁ ପରିସ୍ରା ଥଳି ମଧ୍ୟ ଲାଗିଛି । ତେବେ ସେ ମଧ୍ୟ ଭୋଟ୍ ଦେବା ପାଇଁ ମନ ବଳାଇଥିଲେ । ତାଙ୍କ ପୁଅ ଓ ବୋହୂ ତାଙ୍କୁ ଏକ ଅଟୋରେ ଭୋଟ ଦାନ କେନ୍ଦ୍ରକୁ ଆଣି ଭୋଟ୍ ଦେଇଥିଲେ ।

ସରିଲା ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ଭୋଟର ନିଜର ମତାଧିକାର ସାବ୍ୟସ୍ତ କରି ଲୋକ ପ୍ରତିନିଧି ବାଛିଲେ । କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଭଦ୍ରକ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରୁ କିଛି ରୋଚକ ଦୃଶ୍ୟ ଦେଖିବା ପାଇଁ ମିଳିଛି ।

ଭୋଟ୍ ଦେବା ପାଇଁ କେଉଁଠି ଲମ୍ବା ଲାଇନ୍ ଲାଗିଛି ତ ଆଉ କେଉଁଠି ଘରର ବୟସ୍କ ଭୋଟରଙ୍କୁ ସମ୍ପର୍କୀୟ କାନ୍ଧରେ ବୋହି ବୋହି ଆଣିଛି । ତେବେ ଭଣ୍ଡାରିପୋଖରୀ ବ୍ଲକ୍ ନିର୍ଗୁଣ୍ଡି ପଂଚାୟତର ଗୁହାଳିଆ ବୁଥକୁ ଜଣେ ୯୦ବର୍ଷ ବୟସ୍କା ବୃଦ୍ଧାଙ୍କୁ ତାଙ୍କ ନାତି କାନ୍ଧରେ ବୋହି ନେଇଥିଲେ । ବୁଥରେ ପହଞ୍ଚି ଭୋଟ୍ ଦେଇଥିଲେ ବୃଦ୍ଧା ।

ସେହିପରି ତେସିଙ୍ଗା ପଂଚାୟତର ୬ ନମ୍ବର ୱାର୍ଡର ବାସନ୍ତୀ ଜେନା ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି । କିଛି ଦିନ ପୂର୍ବରୁ ମେଡିକାଲରୁ ଫେରିଛନ୍ତି । ଏମିତି କି ସ୍ବାସ୍ଥ୍ୟବସ୍ଥା ପାଇଁ ପରିସ୍ରା ଥଳି ମଧ୍ୟ ଲାଗିଛି । ତେବେ ସେ ମଧ୍ୟ ଭୋଟ୍ ଦେବା ପାଇଁ ମନ ବଳାଇଥିଲେ । ତାଙ୍କ ପୁଅ ଓ ବୋହୂ ତାଙ୍କୁ ଏକ ଅଟୋରେ ଭୋଟ ଦାନ କେନ୍ଦ୍ରକୁ ଆଣି ଭୋଟ୍ ଦେଇଥିଲେ ।

Related posts

ମାର୍ଚ୍ଚ ୨୫ ତାରିଖରୁ ବିଧାନସଭା ବଜେଟ ଅଧିବେଶନ

Odisha Halchal

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏ କଣ କହି ଗଲେ ?

Odisha Halchal

ଖଜୁରିଆପାଲି ବନସୁରକ୍ଷା ସମିତି କୁ ଆରସି ସିଏଫ ଗସ୍ତ

Odisha Halchal

Leave a Comment