ଓଡ଼ିଶା ଖବରନ୍ୟୁଜ୍

ସରିଆସିଲାଣି କୋଭିସିଲ୍ଡ ଷ୍ଟକ୍, ଆଉ ୨ ଦିନ ପର୍ଯ୍ୟନ୍ତ ହୋଇପାରିବ ଟିକାକରଣ

ସରିଆସିଲାଣି କୋଭିସିଲ୍ଡ ଷ୍ଟକ୍, ଆଉ ୨ ଦିନ ପର୍ଯ୍ୟନ୍ତ ହୋଇପାରିବ ଟିକାକରଣ

ପ୍ରିକସନ୍ ଡୋଜ୍ ନେଇ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ । ସେ କହିଛନ୍ତି, ୧୮ରୁ ୫୯ ବର୍ଷ ବୟସ୍କ ଲୋକଙ୍କୁ ଜୁଲାଇ ୧୫ ତାରିଖରୁ ମାଗଣାରେ ପ୍ରିକସନ୍ ଡୋଜ୍ ଦିଆଯାଉଛି । ୧୫ ତାରିଖ ପର୍ଯ୍ୟନ୍ତ ୧ ଲକ୍ଷ ୫୨ ହଜାର ପ୍ରିକସନ୍ ଡୋଜ୍ ଦିଆଯାଇଥିଲା । ତେବେ ଏହି ୩ ଦିନ ଭିତରେ ପାଖାପାଖି ୩ ଲକ୍ଷ ପ୍ରିକସନ୍ ଡୋଜ୍ ଦିଆଯାଇଛି । ତେଣୁ ଏବେ ସୁଦ୍ଧା ମୋଟ୍ ୪ ଲକ୍ଷ ୫୨ ହଜାର ପ୍ରିକସନ୍ ଟିକା ଦିଆଗଲାଣି ।

ମୁଖ୍ୟତଃ ରାଜ୍ୟରେ କୋଭିସିଲ୍ଡ଼ ଟିକା ଅଧିକ ବ୍ୟବହାର ହେଉଛି । ଭୁବନେଶ୍ବର, କଟକ, ଗଞ୍ଜାମ, ସମ୍ବଲପୁର ଓ ବାଲେଶ୍ବର ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଆରମ୍ଭରୁ କୋଭିସିଲ୍ଡ଼ ଟିକା ହିଁ ଦିଆଯାଉଥିଲା । ତେଣୁ ସେମାନଙ୍କର ପ୍ରିକସନ ଡୋଜ୍ ନେବା ପାଇଁ ସମୟ ହୋଇଗଲାଣି । ସେଥିପାଇଁ କୋଭିସିଲ୍ଡ଼ ଟିକା ଅଧିକ ଦରକାର ପଡୁଛି । ତେଣୁ କୋଭିସିଲ୍ଡ଼ ଟିକାର ଷ୍ଟକ୍ ସରିଆସିଲାଣି ।
ସୋମବାର ସୁଦ୍ଧା ମାତ୍ର ୨ ଲକ୍ଷ ୨୧ ହଜାର ଟିକା ଷ୍ଟକରେ ଅଛି ।

ତେଣୁ ଆଉ ୨ ଦିନ ପର୍ଯ୍ୟନ୍ତ ହିଁ ଟିକାକରଣ ହୋଇପାରିବ । କିନ୍ତୁ କୋଭାକ୍ସିନ୍ ଟିକା ୭ ଲକ୍ଷରୁ ଅଧିକ ଡୋଜ୍ ଅଛି । ଯେଉଁଠି କୋଭାକ୍ସିନ୍ ଦରକାର ହେଉଛି ସେଠାରେ ଟିକାକରଣ ଜାରି ରହିବ । ତେବେ ଦରକାର ଅନୁସାରେ କୋଭିସିଲ୍ଡ଼ ଓ କୋଭାକ୍ସିନ୍ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । କେନ୍ଦ୍ର ସରକାର ଠିକ୍ ସମୟରେ ଟିକା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଟିକା ସରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଟିକା ମିଳିଯିବ ବୋଲି ଆଶା ପ୍ରକାଶ କରିଛନ୍ତ ପରିବାର କଲ୍ୟାଣ ନିର୍ଦ୍ଦେଶକ ।

Related posts

ବିଦାୟ ନେଲେ ମାଁ ଶ୍ଵାମକାଳି

Odisha Halchal

ଭଟିଗାଁ ରାନିଯୋର ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଶିକ୍ଷକଙ୍କ ନାମରେ ହତ୍ୟା ଅଭିଯୋଗ

Odisha Halchal

ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼

Odisha Halchal

Leave a Comment