ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ମାଗଣାରେ ଦିଆଯିବ କରୋନା ବୁଷ୍ଟର ଡୋଜ୍

ମାଗଣାରେ ଦିଆଯିବ କରୋନା ବୁଷ୍ଟର ଡୋଜ୍

ଆଇସିଏମଆର ଏବଂ ଅନ୍ୟ ବୈଶ୍ୱିକ ସଂସ୍ଥାନର ଗବେଷଣା ଅନୂଯାୟୀ ଦୁଇ ଡୋଜ୍ ଭାକ୍ସିନ ନେବା ଦ୍ୱାରା ଯେଉଁ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ତାହାର ପ୍ରଭାବ ୬ ମାସ ଯାଏଁ ରହିଥାଏ । କିନ୍ତୁ ଏହା ପରେ ପୁଣି ଥରେ ବୁଷ୍ଟର ଡୋଜର ଆବଶ୍ୟକତା ରହିଥାଏ । ଏଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେ ୧୮-୫୯ ବୟସ ବର୍ଗଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ସୁବିଧା ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ, ଗତ ସପ୍ତାହରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରୋନାର ଦ୍ୱିତୀୟ ଡୋଜ୍ ଏବଂ ବୁଷ୍ଟର ଡୋଜ୍ ନେବା ମଧ୍ୟରେ ବ୍ୟବଧାନକୁ ୯ ମାସରୁ ୬ ମାସ କମାଇଥିଲେ ।

କିଛି ଦିନର ବ୍ୟବଧାନ ପରେ ଦେଶରେ ପୁଣି ଥରେ କରୋନା ସଂକ୍ରମଣରେ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣରେ ମଧ୍ୟ ବୃଦ୍ଧି ଘଟିଛି । ଯାହାକୁ ଦୃଷ୍ଟିରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଘୋଷଣା ଅନୂଯାୟୀ ଏଣିକି କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଭଳି ବୁଷ୍ଟର ଡୋଜ୍ ମଧ୍ୟ ମାଗଣାରେ ମିଳିବ ।

ଦେଶରେ କରୋନା ସଂକ୍ରମଣ ସହ ଲଢ଼ିବା ପାଇଁ ଏବେ ଦେଶରେ ବୁଷ୍ଟର ଡୋଜ୍ ମଧ୍ୟ ମାଗଣାରେ ମିଳିବ । ୧୮ ରୁ ୫୮ ବୟସ ବର୍ଗର ଲୋକଙ୍କୁ ଏହି ସୁବିଧା ସରକାରୀ ଟିକାକରଣ କେନ୍ଦ୍ରରେ ମିଳିବ । ୧୫ ଜୁଲାଇରୁ ୭୫ ଦିନିଆ ସ୍ପେଶାଲ ଡ୍ରାଇଭ ଜରିଆରେ ଦିଆଯିବ ଟିକା । ଏନେଇ ବୁଧବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା ଦେଇଛନ୍ତି । ଏହା ଅନୂଯାୟୀ ପୂର୍ବରୁ ଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ଲୋକମାନେ ସରକାରୀ କେନ୍ଦ୍ରକୁ ଯାଇ ବୁଷ୍ଟ ଡୋଜ୍ ଲଗାଇପାରିବେ ।

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ୭୫ ଦିନର ଏହି ବିଶେଷ ଅଭିଯାନ କରାଯିବ । ସୂଚନା ଅନୂଯାୟୀ, ଏପର୍ଯ୍ୟନ୍ତ ୧୮ ରୁ ୫୯ ବର୍ଷର ବୟସ ବର୍ଗର ୭୭ କୋଟି ଲୋକଙ୍କ ମଧ୍ୟରୁ କେବଳ ୧ % ହିଁ ବୁଷ୍ଟର ଡୋଜ୍ ନେଇଛନ୍ତି । କୁହାଯାଉଛି ମାଗଣା ବୁଷ୍ଟର ଡୋଜ୍ ପଦକ୍ଷେପ ଯୋଗୁଁ ଅଧିକ ସଂଖ୍ୟାରେ ଲୋକ୍ ବୁଷ୍ଟର ଡୋଜ୍ ନେଇପାରିବେ । ସେହିପରି ଏପର୍ଯ୍ୟନ୍ତ ୬୦ ବର୍ଷ ରୁ ଅଧିକ ବୟସର ଲୋକେ ଏବଂ ସମ୍ମୁଖ ଯୋଦ୍ଧାମାନଙ୍କ ମଧ୍ୟରେ ୨୬ % ବୁଷ୍ଟର ଡୋଜ୍ ନେଇଛନ୍ତି ।

Related posts

ବାଙ୍ଗାଲୋର ରେ ଦାଦନ ଶ୍ରମିକ ମୃତ,ମର ଶରୀରକୁ ଆଣିବାକୁ ପରିବାରର ଆକୁଳ ନିବେଦନ

Odisha Halchal

ଶ୍ୟାମ ପ୍ରସାଦ ଡିଗ୍ରୀ କଲେଜ ଏମଭି ୭୯ ଠାରେ ଓଡିଆ ସାହିତ୍ୟ ପାଠଚକ୍ର କାର୍ଯ୍ୟକ୍ରମ

Odisha Halchal

ପୁଣି ଥରେ ମହାମାରୀ କୋରନାର ପ୍ରକୋପ

Odisha Halchal

Leave a Comment