ଓଡ଼ିଶା ଖବରନ୍ୟୁଜ୍

ଶ୍ରୀ ନିରଞ୍ଜନ ବିଶି ଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ଶ୍ରୀ ନିରଞ୍ଜନ ବିଶି ଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ବଲାଙ୍ଗିର :-(ରିପୋର୍ଟ -ପୁର୍ଣ୍ଣ ଶଶୀ ଶେଖର ରାଓ )ଆଦିବାସୀ ମାନଙ୍କ ମଉଡମଣି ଶ୍ରୀଯୁକ୍ତ ନିରଞ୍ଜନ ବିଶି ରାଜ୍ୟସଭା କୁ ମନୋନିତ ହୋଇଥିବାରୁ ଉଭୟ ଶ୍ରୀ ବିଶି ମହୋଦୟ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଦିବାସୀ ସଂଘର କର୍ମକର୍ତ୍ତା । ଆଜି ଆଦିବାସୀ ଭବନ ପାଟଣାଗଡ଼ ଠାରେ ବ୍ଲକ ସଭାପତି ଶ୍ରୀ ଅଷ୍ଟରତ୍ନ ବରିହା ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଶ୍ରୀ ନିରଞ୍ଜନ ବିଶି ରାଜ୍ୟସଭାକୁ ସଭାକୁ ମନୋନୀତ ହୋଇଥିବାରୁ ସଭାରେ ଆନନ୍ଦର ଲହରୀ ଖେଳିଯାଇଛି ତଥା ପାଟଣାଗଡ଼ ମାଟିରୁ ଜଣେ ଗରିବ ଆଦିବାସୀ ଶ୍ରେଣୀରୁ ରାଜ୍ୟସଭା କୁ ପ୍ରତିନିଧିତ୍ଵ କରିଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଶ୍ରୀ ବିଶି ଙ୍କର ପ୍ରତ୍ୟାବର୍ତ୍ତନ ସମୟରେ ପାଟଣାଗଡ଼ ରେ ବଭ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବାକୁ ସଭାରେ ଆଲୋଚନା କରାଗଲା ।

ଆଜିର ସଭାରେ ବ୍ଲକ ସମ୍ପାଦକ ସାରଥୀ ବାଗ, ଗିରିରାଜ ଭୋଇ,ଗଦି ବରିହା,ଟିକେଶ୍ୱର ଧରୁଆ, ଯଦୁମଣି ବରିହା,ମିନିକେତନ ଧରୁଆ, ଦୁର୍ୟୋଧନ ଭୋଇ, ଧୁବଲେଶ୍ୱର ଭୋଇ, ଜଳ ଧରୁଆ, ଘସିଏନ ସରପଞ୍ଚ ମଣ୍ଟୁ ଗଡତ୍ୟା, ଘନ ଭୁଏ, ହୃଷିକେଶ ଭୋଇ,ଦେବହରି ଭୁଏ, ମନବୋଧ ବରିହା,ମଙ୍ଗଲୁ ଭୁଏ, ଏନ ଏ ସି ସଭାପତି ଚନ୍ଦ୍ର ଶବର, ଗୋରେଖ ନାଥ ବରିହା,ଗୌରୀଶଙ୍କର ବରିହା ,ମିତ୍ର ଭୁଏ,ସହ ଶତାଧିକ ଆଦିବାସୀ ନେତା ଯୋଗଦେଇଥିବା ବେଳେ ମିତ୍ରଭାନୁ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ବନ୍ଧୁକ ଦେଖାଇ ୨ ଲକ୍ଷ ୭୭ ହଜାର ଟଙ୍କା ଲୁଟି ନେଲା ଲୁଟେରା

Odisha Halchal

ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ, ସ୍ୱତନ୍ତ୍ର କୋଠରୀରେ ରଖାଯାଇ କରାଯାଉଛି ଚିକିତ୍ସା

Odisha Halchal

ନା ସ୍ୱାମୀ ଘରର ନା ବାପା ଘରର ହେଇପାରିଲା

Odisha Halchal

Leave a Comment