ଦେଶ ବିଦେଶନ୍ୟୁଜ୍

ପୁଣି ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଦେବ ଆମେରିକା

ପୁଣି ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଦେବ ଆମେରିକା

ରୁଷ ଆକ୍ରମଣର ଜବାବ ଦେଉଥିବା ୟୁକ୍ରେନକୁ ପୁଣିଥରେ ସାମାରିକ ସହାୟତା ଯୋଗାଇଦେବ ଆମେରିକା। ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନ ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରୁଷ ବିରୋଧରେ ଯୁଦ୍ଧ କରିବାକୁ ଏପରି ସହାୟତା ଦିଆଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରେସିଡେଣ୍ଟାଲ ଡ୍ରଡାଉନ ଅଥୋରିଟି ବା ପିଡିଏ ବଳରେ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯିବ। ପିଡିଏ ବଳରେ ଯୁଦ୍ଧାସ୍ତ୍ର ଦିଆଯିବାର ଅର୍ଥ ରାଷ୍ଟ୍ରପତି ନିଜ କ୍ଷମତା ବଳରେ ଏହି ସହାୟତା କରିବେ। ଏଥିପାଇଁ କାହାର ଅନୁମତି ଆବଶ୍ୟକ ନାହିଁ। ସାଧାରଣତଃ ଜରୁରୀ ପରିସ୍ଥିତି ସମୟରେ ଏପରି କ୍ଷମତାର ପ୍ରୟୋଗ କରାଯାଏ।

ଆମେରିକା ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଦେବାକୁ ନିଷ୍ପତ୍ତି ନେଇଛି ସତ। ହେଲେ କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ଦିଆଯିବ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ଏଯାଏ ହୋଇନି। ତଥାପି ବିଭିନ୍ନ ପ୍ରକାରର ତୋପ ସହ ହୋୱିଟଜର୍ସ ଭଳି ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ୟୁକ୍ରେନକୁ ଦିଆଯିବ ବୋଲି କୁହାଯାଉଛି। ତେବେ ହ୍ୱାଇଟହାଉସ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ।

ଗତ ସପ୍ତାହରେ ଆମେରିକା କହିଥିଲା ଯେ ରୁଷର ଆକ୍ରମଣ ପରଠାରୁ ଏଯାଏ ୟୁକ୍ରେନକୁ ୧.୭ ବିଲିୟନ ଡଲାରର ସୁରକ୍ଷା ସହାୟତା ଯୋଗାଇ ଦିଆଯାଇଛି। ଏବେ ପୁଣି ୭୫୦ ମିଲିୟନ ଡଲାରର ସାମରିକ ସହାୟତା ଦିଆଯିବ। ଖୁବଶୀଘ୍ର ଏ ସମ୍ପର୍କରେ ଆମେରିକା ସଂସଦକୁ ଅବଗତ କରାଯିବ। ୨୪ରୁ ୪୮ ଘଣ୍ଟା ମଧ୍ୟରେ ହିଁ ନୂଆ ଘୋଷଣା ସମ୍ପର୍କରେ ବିସ୍ତୃତ ତଥ୍ୟ ସାର୍ବଜନୀନ କରାଯିବ।

Related posts

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

Odisha Halchal

ପଛୁଆବର୍ଗର ସାମାଜିକ ସ୍ଥିତି ପ୍ରଶିକ୍ଷଣ

Odisha Halchal

ଜୁନ୍‌ରେ ସମବାୟ ନିର୍ବାଚନ, ଭୋଟ୍ ଦେବେ ୩୦ ଲକ୍ଷ ସଦସ୍ୟ!

Odisha Halchal

Leave a Comment