ଓଡ଼ିଶା ଖବରନ୍ୟୁଜ୍

ପ୍ରଶାସନ ର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ପ୍ରଶାସନ ର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟକର୍ତା ବିଗତ ଦୁଇ ଦିନ ଧରି ଧାରଣା ଦେଇଥିବା ବେଳେ ପ୍ରଶାସନ ସହ ଆଲୋଚନା ବିଫଳ ହୋଇଥିଲା ଯାହାକୁ ନେଇ ଆଜି ୧୨ ଘଣ୍ଟିଆ ସହର ବନ୍ଦ ଡାକରା ଦେଇଥିଲା l ଏହି ବନ୍ଦ କୁ ସମସ୍ତେ ପୂର୍ଣ୍ଣ ସମର୍ଥନ ମଧ୍ୟ କରିଥିଲେ l ସହର ରେ ଚକ ଅଖ ଜାମ ହେବା ସହ ୨୬ ନୋ ଜାତୀୟ ରାଜପଥ କୁ ଅବରୋଧ କରିବା ଦ୍ୱାରା ହଜାର ହଜାର ଗାଡି ମୋଟର ସହର ବାହାରେ ଦୁଇ ପାର୍ଶ୍ଵ ରେ ଅଟକି ରହିଥିଲା l

ଯାତ୍ରୀ ମାନେ ମଧ୍ୟ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବାର ନଜର ଆସିଛି l ଆଜି ଅପରାହ୍ନ ରେ ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ନିଜେ ଜିଲ୍ଲାପାଳ ଆସି ବିଜେପି ର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ ଏବଂ ଧାରଣା ରୁ ଉଠିବା ପାଇଁ ନିବେଦନ କରିଥିଲେ l

ତେବେ ଜିଲ୍ଲାପାଳ ଙ୍କ କଥା କୁ ମାନି ବିଜେପି ଧାରଣା ପ୍ରତ୍ୟାହୃତ କରିବା ସହ ଜିଲ୍ଲା ପ୍ରଶାସନ କୁ ୧୫ ଦିନ ର ସମୟ ଦେଇଛନ୍ତି l ଆଗାମୀ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନନେଲେ ପୁଣି ଆନ୍ଦୋଳନ କୁ ଓଲ୍ହାଇବେ ଏବଂ ଜିଲ୍ଲା ବନ୍ଦ କରିବେ ବୋଲି ଚେତାବନି ଦେଇଛନ୍ତି l ଘଟଣା ପରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମସ୍ତ ଘଟଣା ସମ୍ପର୍କ ରେ ସୂଚନା ପ୍ରଦାନ କରିଛନ୍ତି ଏବଂ ଏହି ବନ୍ଦ ଦ୍ୱାରା ସାଧାରଣ ଜନତା ଯଦି ହଇରାଣ ହୋଇଛନ୍ତି ତାହେଲେ ସମସ୍ତ ଙ୍କ ପାଖରେ କ୍ଷମା ପ୍ରାଥନା ମଧ୍ୟ କରିଥିଲେ l

Related posts

ଜିତିଲା ଭାରତୀୟ ମହିଳା ଟିଟି ଟିମ, ସୁଇମିଂରେ ନିରାଶ କଲେ ରାୱତ

Odisha Halchal

ନିର୍ଣ୍ଣାୟକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା

Odisha Halchal

ସୁପ୍ରିମକୋର୍ଟରେ ନୋଟ୍ ବନ୍ଦୀ ମାମଲାରେ ଶୁଣାଣି

Odisha Halchal

Leave a Comment