ଅପରାଧଓଡ଼ିଶା ଖବରନ୍ୟୁଜ୍

ଚଇତି ପରବ ପାଳନ ବେଳେ ରକ୍ତାକ୍ତ ସଂଘର୍ଷ, ୨ମୃତ

ଚଇତି ପରବ ପାଳନ ବେଳେ ରକ୍ତାକ୍ତ ସଂଘର୍ଷ, ୨ମୃତ

ଚଇତି ପରବ ଉତ୍ସବ ପାଳନ ବେଳେ ଗୋଷ୍ଠୀ ସଂଘର୍ଷ ଘଟି ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ସିନ୍ଧିପାର ଗାଁରେ।

ମୃତକ ଦ୍ୱୟ ହେଲେ ସିନ୍ଧିପାର ଗାଁର ପୂର୍ଣ୍ଣ ନାୟକ ଓ ଦେବେନ୍ଦ୍ର ଦାମି। ଆହତ ସୋମନାଥ ଦାମିଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣକୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏମାନେ ମଧ୍ୟ ସିନ୍ଧିପାର ଗାଁର ଲୋକ ଅଟନ୍ତି।
ଗତକାଲି ରାତିରେ ଚଇତପର୍ବ ଅବସରରେ ସିନ୍ଧିପାର ଗାଁରେ ନାଚଗୀତ ଚାଲିଥିଲା। ଝଡ଼ିଗୁଡା ଓ ସିନ୍ଧିପାର ପାଖାପାଖି ହୋଇଥିବାରୁ

ଲୋକମାନେ ଏହି ଉତ୍ସବ ଦେଖିବାକୁ ସିନ୍ଧିପାର ଗାଁକୁ ଆସିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ଝଡିଗୁଡ଼ା ଓ ସିନ୍ଧିପାର ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବଚସା ଉଗ୍ରରୂପ ଧାରଣ କରିଥିଲା। ଝଡ଼ିଗୁଡ଼ାର କିଛି ଯୁବକ ଧାରୁଆ ଅସ୍ତ୍ରରେ ସିନ୍ଧିପାର ଗାଁର ଯୁବକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସିନ୍ଧିପାର ଗାଁର ପୂର୍ଣ୍ଣ ଓ ଦେବେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଆହତ ହୋଇଥିଲେ।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁ ରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି। ପୁଲିସ ଦୁଇ ଗାଁର ୧୫ରୁ ୨୦ ଜଣଙ୍କ ବ୍ୟକ୍ତି ଥାନାକୁ ଆଣି ପଚରାଉଚରା କରୁଛି।

Related posts

ମାନସ ମର୍ଡର ମିଷ୍ଟ୍ରି, ଶର୍ମିଷ୍ଠାଙ୍କୁ ନେଇ ହେବ ସିନ୍ ରିକ୍ରିଏସନ୍

Odisha Halchal

ବିଦ୍ୟୁତ୍ ବିଭାଗ ଅବହେଳା

Odisha Halchal

ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

Odisha Halchal

Leave a Comment