ଅପରାଧଦେଶ ବିଦେଶନ୍ୟୁଜ୍

ଜମ୍ମୁ କଶ୍ମୀର: ଅବନ୍ତୀପୋରାରେ ସେନାର ଏନ୍‌କାଉଣ୍ଟର

ଜମ୍ମୁ କଶ୍ମୀର ଅବନ୍ତୀପୋରାରେ ସେନାର ଏନ୍‌କାଉଣ୍ଟର

ଜମ୍ମୁ କଶ୍ମୀରର ଅବନ୍ତୀପୋରା ଜିଲ୍ଲା ରାଜପୋରା ଠାରେ ସେନାର ଯବାନମାନେ ଏନ୍‌କାଉଣ୍ଟର କରିଛନ୍ତି । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଇଜିପି କଶ୍ମୀର ବିଜୟ କୁମାର ଗଣମାଧ୍ୟମକୁ ଏଡି ସୂଚନା ଦେଇଛନ୍ତି । ସୁରକ୍ଷା ବାହିନୀର ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀମାନେ ହେଲେ ଶହିଦ୍ ରାଥେର ଓ ଉମର ୟୁସୁଫ ।

ଆଇଜିପି ଶ୍ରୀ କୁମାର କହିଛନ୍ତି ଯେ, ତ୍ରାଲ ନିବାସୀ ଶାହିଦ ଏକାଧିକ ହତ୍ୟା ମାମଲାରେ ସଂପୃକ୍ତ ଥିଲା । ସେ ଆରିପାଲର ଜଣେ ମହିଳା ତଥା ସରକାରୀ କର୍ମଚାରୀଙ୍କୁ ହତ୍ୟା କରିଥିଲା । ସେହିପରି ତ୍ରାଲର ଲୁରଗାମ ନିବାସୀ ଜାଭିଦ ଅହମଦଙ୍କୁ ମଧ୍ୟ ହତ୍ୟା କରିଥିଲା । ଉମର ୟୁସୁଫର ଘର ସୋଫିଆ ବୋଲି ଜଣାପଡ଼ିଛି । ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରୁ ୨ଟି ଏକେ୪୭ ଉଦ୍ଧାର କରିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ପୁଲୱାମା ଜିଲ୍ଲାର ଗୁନ୍ଦିପୋରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସେନାର ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛଥିଲେ । ନିହତ ହୋଇଥିବା ୨ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର କିନ୍ତୁ ସେମାନେ ଲଶ୍କର-ଏ-ତଇବା ପାଇଁ କାମ କରୁଥିଲେ । ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଅବିଦ ଶାହ, ଯିଏକି ଗତ ୧୩ ତାରିଖରେ ଆମର ଯବାନ ରେୟାଜ ଅହମଦଙ୍କୁ ଗୁଳି କରିଥିଲା । ଆତଙ୍କବାଦୀଙ୍କ ଗୁଳିରେ ରୋୟାଜ ଅହମଦ ସହିଦ ହୋଇଥିଲେ । ସେହିଦିନ ଠାରୁ ଆବିଦ ସେନାର ଟାର୍ଗେଟରେ ଥିଲା ।

Related posts

ବିଲ ମଝିରେ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା

Odisha Halchal

ଜମିବାଡ଼ିକୁ ନେଇ ମହାଭାରତ

Odisha Halchal

ନକ୍ସଲଙ୍କ ଚେତାବନୀ -ଆମ ନାଁ ନେଇ ଅର୍ଥ ଆଦାୟ କରୁଥିଲେ ମିଳିବ ମୃତ୍ୟୁଦଣ୍ଡ

Odisha Halchal

Leave a Comment