ଓଡ଼ିଶା ଖବରନ୍ୟୁଜ୍

ବେଦାନ୍ତର ସ୍ଵତନ୍ତ୍ର ଗ୍ରାମସଭାକୁ ଲୋକଙ୍କ ବିରୋଧ

ବେଦାନ୍ତର ସ୍ଵତନ୍ତ୍ର ଗ୍ରାମସଭାକୁ ଲୋକଙ୍କ ବିରୋଧ

ରାୟଗଡ଼ା:-(ରିପୋର୍ଟ -ଅନନ୍ତ ନାରାୟଣ ଦୁର୍ଗା )କିଛିଦିନ ବ୍ୟବଧାନରେ ପୁଣି ବେଦାନ୍ତ କମ୍ପାନୀ ଜମି ଅଧିଗ୍ରହଣ କରିବାକୁ ଯାଉଥିବା ବେଳେ ଇଡକୋ କମ୍ପାନୀ ଦ୍ଵାରା ହେଉଥିବା ଗ୍ରାମ ସଭାକୁ ଅଞ୍ଚଳ ବାସି ତଥା ଜମି ହରାଉଥିବା ଲୋକେ ବିରୋଧ କରୁଥିବା ଦେଖିବାକୁ ମିଳିଛି।

ରାୟଗଡ଼ା ଜିଲ୍ଲା ଅମ୍ବାଦଳା ପଞ୍ଚାୟତ ପରିସର ଓ ଅନଯୋଡି ଗ୍ରାମ ଆମ୍ବ ତୋଟା ଠାରେ ବେଦାନ୍ତ କମ୍ପାନୀ ପକ୍ଷରୁ ଗ୍ରାମ ସଭାର ଆୟୋଜନ କରାଯାଇଥିଲା। ଅନଯୋଡି ଗ୍ରାମରେ ଆୟୋଜନ ହୋଇଥିବା ଗ୍ରାମ ସଭାକୁ ଗ୍ରାମବାସି ତଥା ଜମି ହରାଉଥିବା ଲୋକମାନଙ୍କ ଅନୁପସ୍ଥିତି ବେଦାନ୍ତ କମ୍ପାନୀକୁ ବିରୋଧ କରୁଥିବା ଅନୁଭବ ହୋଇଥିଲା। ଏମିତିକି ଆନଯୋଡ଼ି ଗ୍ରାମବାସୀ ନିଜ ଘର କାନ୍ଥରେ ପୋଷ୍ଟର ଲଗାଇ ଏହି ଗ୍ରାମ ସଭାକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି।ବେଦାନ୍ତ ପ୍ରଥମେ ଜମି ହରାଉଥିବା ଲୋକମାନଙ୍କ ଉନ୍ନତି ସହ ପ୍ରଭାବିତ ଅଞ୍ଚଳର ବିକାସ କରିବା ପରେ ଗ୍ରାମ ସଭା କରୁ ବୋଲି କେତେକ ମନ୍ତବ୍ୟ ଦେଇଥିବା ବେଳେ ଜମି ହରାଉ ଥିବା ଲୋକମାନେ ଜମି ନଦେବା ପାଇଁ ସଫା ମନା କରିଦେଇଥିଲେ।

ସେହିପରି ଅମ୍ବାଦଳା ପଞ୍ଚାୟତ ପରିସରରେ ମଧ୍ୟ ଗ୍ରାମସଭାର ଆୟୋଜନ କରାଯାଇଥିଲା। ଏଠାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା।

ପେଶା ଆକ୍ଟ ଓଡ଼ିଶା ଦୃଷ୍ଟିକୋଣ ନିର୍ଦ୍ଧାରିତ କ୍ଷେତ୍ର ଅନୁଯାୟୀ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଜମି ଅଧିଗ୍ରହଣ କରିବାକୁ ହେଲେ ଗ୍ରାମ ସଭାର ନିହାତି ଆବଶ୍ୟକ ହୋଇଥାଏ। କିନ୍ତୁ ଏହି ଦୁଇଟି ଗ୍ରାମସଭା ରେ ଗ୍ରାମବାସୀ ଉପସ୍ଥିତ ନଥିବା ବେଳେ ଜମିହରା ମାନଙ୍କର ଦେଖା ନଥିଲା। ଯାହାକି ବେଦାନ୍ତର ଦୁଇ ଗୋଟି ଗ୍ରାମ ସଭା ସମ୍ପୂର୍ଣ ଅସଫଳ ହୋଇଥିବା ଦେଖିବାକୁ ମିଳିଛି। ପ୍ରଶାସନିକ ଅଧିକାରୀ ଇଡକୋ କର୍ତ୍ତପକ୍ଷ ବେଦାନ୍ତ କର୍ମଚାରୀ ଙ୍କୁ ବାଦ୍ ଦେଲେ ବାକି ଚୌକି ଖାଲି ପଡ଼ିଥିବା ଦେଖିବାକୁ ମିଳିଛି।

୨୦୦୬ ମସିହାରେ ଇଡକୋ କମ୍ପାନୀ ଅମ୍ବଦଳା ଠାରୁ ଲାଞ୍ଜିଗଡ ପର୍ଯ୍ୟନ୍ତ ରେଳ ପ୍ରୋଜେକ୍ଟ ପାଇଁ ଜମି ଅଧଗ୍ରହଣ କରି ବେଦାନ୍ତ କମ୍ପାନୀକୁ ହସ୍ତାନ୍ତର କରିଥିଲା। ଜମି ଅଧିଗ୍ରହଣ ସମୟରେ ବେଦାନ୍ତ (ଇଡକୋ) କମ୍ପାନୀ ଗ୍ରାମ ସଭାର ଆୟୋଜନ କରି ବିଭିନ୍ନ ପ୍ରତିଶ୍ରୁତି ଦେଇ ଜମି ଅଧିଗ୍ରହଣ କରିଥିଲେ। ଏହିପ୍ରୋଜେକ୍ଟରେ ୫୦ ଜଣ ଖାତାଧାରୀଙ୍କ ଠାରୁ ପ୍ରାୟ ୬୦ ଏକର ରୁ ଜମି ଅଧିଗ୍ରହଣ କରିଥିଲେ । ଉକ୍ତ ଅଧିଗ୍ରହଣ ସମୟରେ ଗ୍ରାମବାସୀ ଓ ଜମିହରାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଜମି ଅଧିଗ୍ରହଣ କରିଥିବା ଅଭିଯୋଗ ହେଉଛି।

ଇଡକୋ କମ୍ପାନୀର ଛଳନା ରେ ରାଜି ହୋଇ ବେଦାନ୍ତର ଏହି ରେଳ ପ୍ରୋଜେକ୍ଟ କୁ ସମସ୍ତ ଗ୍ରାମବାସୀ ଓ ଜମିହରା ସମ୍ପୂର୍ଣ ସହଯୋଗ କରି ୨୦୦୯ /୧୦ ମସିହାରେ କାର୍ଯ୍ୟ ସମ୍ପୂର୍ଣ କରାଇଥିଲେ। ସେହଦିନ ଠାରୁ ଅର୍ଥାତ୍ ଦୀର୍ଘ ୧୨ ବର୍ଷ ବିତଯାଇଥିଲେ ମଧ୍ୟ ଅମ୍ବାଦଳା ଗ୍ରାମର ପାରିପାର୍ଶକ ଉନ୍ନତି କରଣ ଓ ଆଜି ପର୍ଯ୍ୟନ୍ତ ଅମ୍ବାଦଳା ଗ୍ରାମର କୌଣସି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ବେଦାନ୍ତ ପ୍ଲାଟଫର୍ମ ରେ ନିଯୁକ୍ତି ଦିଆଯାଇ ନଥିବା ଅଭିଯୋଗ ହେଉଛି। ସେଥିପାଇଁ ଅମ୍ବାଦଳା ଗ୍ରାମର ସମସ୍ତ ଗ୍ରାମବାସୀ ଏହି ଗ୍ରାମ ସଭାକୁ ସମ୍ପୂର୍ଣ ବିରୋଧ କରିଛନ୍ତି। ଅଧିକରୁଅଧିକ ପୋଲିସ୍ ଫୋର୍ସ ମୁତୟନ କରି ଲୋକଙ୍କୁ ଭୟଭିତ କରାଇ ଗ୍ରାମ ସଭା କରିବା ବେଦାନ୍ତ ର ଅସଲି ମୁଖା ଖୋଲି ହୋଇଯାଇଛି।

ବିଗତ ଦିନରେ ବେଦାନ୍ତ ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ ମିଛ ପ୍ରମାଣିତ ହୋଇଥିବାରୁ ଏହି ଗ୍ରାମ ସଭାକୁ ବର୍ତ୍ତମାନ ର ଜମି ହରାଉଥିବା ମାନେ ସମ୍ପୂର୍ଣ ବିରୋଧ କରିବାସହ ଏହି ଗ୍ରାମସଭା ରେ ଅନୁପସ୍ଥିତ ରହିଥିବା ଜମିହରା ମାନେ ଜଣାଇଥିଲେ। ଦୁଇଟି ଯାକ ଗ୍ରାମ ସଭାରେ ଗ୍ରାମବାସି ତଥା ଜମି ହରାଉଥିବା ଲୋକଙ୍କ ସହମତି ନଥିବାରୁ ଗ୍ରାମସଭା ଭଣ୍ଡୁର ହୋଇଥିବା ଭୁ ଅର୍ଜନ ଅଧିକାରୀ ନାରାୟଣ ମିଶ୍ର ଗଣ ମାଧ୍ୟମକୁ ଜଣାଇଥିଲେ। ଏନେଇ ବେଦାନ୍ତକର୍ତ୍ତୃକ୍ଷଙ୍କୁ ଯୋଗା ଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

Related posts

ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା

Odisha Halchal

ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ ମାମଲା : ୨ ଦିନ ଚାଲିବ ସାକ୍ଷ୍ୟ ଗ୍ରହଣ

Odisha Halchal

ପାଞ୍ଚ ଦିନ ଧରି ଅନେକ ଖୋଜାଖୋଜି ପରେ ମିଳିଲା ମୃତ ଦେହ

Odisha Halchal

Leave a Comment