ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍କୁଲ ପିଲାଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ

ସ୍କୁଲ ପିଲାଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ

ବଲାଙ୍ଗୀର:-(ରିପୋର୍ଟ -ଅଭିନାଶ ବିଶ୍ୱାଳ)ସ୍କୁଲ ପିଲାଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ ଖାଇଲେ ଦାନ୍ତରେ ଲାଗି ଯାଉଛି ପେଟ ବ୍ୟଥା ହେଉଛି ପ୍ଲାଷ୍ଟିକ ଚାଉଳ ଖାଇ ପିଲା ଅସୁସ୍ଥ ତେବେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବଲାଂଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଝାକ୍ରିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପିଲାଙ୍କର ଚାଉଳ ରେ ପ୍ଲାଷ୍ଟିକ ଚାଉଳ ବାହାରିଥିବା ଅଭିଯୋଗ |ପ୍ଲାଷ୍ଟିକ ଚାଉଳ ଖାଇ ପିଲା ଅସୁସ୍ଥ ଥିବା ଜଣାପଡିଛି | ହଁ ଦର୍ଶକ ବନ୍ଧୁ ଏ କଥା ଆମେ କହୁନୁ କହୁଛନ୍ତି କୁନି କୁନି ପିଲା ମାନେ |

ଏ ଘଟଣା ବିଷୟରେ ଜାଣିଲା ପରେ ସେଠାରେ ଆସି ପହଞ୍ଚି ଥିଲେ ସେ ଗାଁ ର ସରପଞ୍ଚ |ସରପଞ୍ଚ ମଧ୍ୟ କହିଛନ୍ତି ଯେ କୌଣସି ବ୍ୟକ୍ତି ଏହି ଭଲି ନିମ୍ନ ମାନର କାମ କରିଛି ସେମାନଙ୍କ ଓପରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉ |ଝାକ୍ରିପାଲି ସ୍କୁଲ ର ପ୍ରେସିଡେଣ୍ଟ ମଧ୍ୟ ତଦନ୍ତ କରିବାରୁ ଜଣାପଡିଲା କି ଚାଉଳ ରୁ ପ୍ଲାଷ୍ଟିକ ଚାଉଳ ବାହାରୁଛି, ଏବଂ ସେ ବିଡ଼ିଓ ଙ୍କୁ ବାରମ୍ବାର ବାରମ୍ବାର ଫୋନ କରିଥିଲେ କିନ୍ତୁ ବିଡ଼ିଓ ମହାଶୟ ଫୋନ ଓଠଇନଥିବା ଖୋଦ କହିଛନ୍ତି ପ୍ରେସିଡେଣ୍ଟ |

ଏଠି ପ୍ରଶ୍ନ ଓ଼ଠୁଛି ପ୍ଲାଷ୍ଟିକ ଚାଉଳ ଆସିଲା କୋଉଠୁ ? ଏ ସବୁ କାହାର ଚକ୍ରାନ୍ତ ନାହିଁତ ? ଯଦି ପିଲା ମାନଙ୍କର କିଛିଭି ହେଇଥାନ୍ତା ଏସବୁ ପାଇଁ କିଏ ଦାୟୀ ? ଝାକ୍ରିପାଲି ସ୍କୁଲ ର ହେଡମାଷ୍ଟର ଙ୍କ କହିବା ମୁତବାକ ସୋମବାର ଚାଉଳ ଆସିଛି, ପିଲା ପ୍ରଥମ ଦିନ ଖାଇଲାପରେ କିଛି କ୍ଷତି ହେଇନାହିଁ କିନ୍ତୁ ଦ୍ୱିତୀୟ ଦିନ ପିଲା ପ୍ଲାଷ୍ଟିକ ଚାଉଳ ଖାଇଲା ପରେ ପିଲାଙ୍କର ପେଟରେ ଯନ୍ତ୍ରଣା ହୋଇଥିବା ଖୋଦ କହିଛନ୍ତି ପିଲାମାନେ ଏବଂ ଅଭିଭାବକ |

ସ୍କୁଲର ରୋସେୟା ଚାଉଳ ଧୋଇ ବା ପରେ ପ୍ଲାଷ୍ଟିକ ଅଂଶ ବାହାରିଥିବା କହିଛନ୍ତି ଏବଂ ସେ ପ୍ଲାଷ୍ଟିକ ଭାତ ଖାଇ ଅସୁସ୍ଥ ବି ଅଛନ୍ତି |ତେଣୁ ସରକାରଙ୍କୁ ଅନୁରୋଧ ଯଥା ଶୀଘ୍ର ୟା ଓପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଦୋଷୀ ଯେ କେହିବି ହେଉ ତାକୁ ଦଣ୍ଡ ଦିଆଯାଉ |

Related posts

ଡ୍ରୋନ ସାହାଯ୍ୟରେ ବାଣ୍ଟିଲେ ଭତ୍ତା

Odisha Halchal

ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା, ସାମ୍ନା କୁ ଆସିଲା ସତ

Odisha Halchal

ଗାଡିଚାଳକ ସାବଧାନ ! ଶୀଘ୍ର ଲଗାନ୍ତୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍

Odisha Halchal

Leave a Comment