ଅପରାଧଓଡ଼ିଶା ଖବରନ୍ୟୁଜ୍

ଟଙ୍କା ପାଇଁ ଛାତ୍ରୀଙ୍କୁ ଅପହରଣ

ଟଙ୍କା ପାଇଁ ଛାତ୍ରୀଙ୍କୁ ଅପହରଣ

କେନ୍ଦ୍ରାପଡ଼ା :-ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରିଥିଲେ ଦୁର୍ବୁତ୍ତ ମାନେ। ହେଲେ ଛାତ୍ରୀ ଜଣଙ୍କ ତାଙ୍କ ପାଖରୁ କୌଶଳ କ୍ରମେ ଖସି ପଳାଇ ଆସିଥିଲେ। ଦୁର୍ବୁତ୍ତ ଙ୍କ ବ୍ଲେଡ କଟାରେ ଛାତ୍ରୀ ଜଣଙ୍କ ଆହତ ହୋଇଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ରୁ। ତେବେ ଆହତ ଛାତ୍ରୀ ଜଣଙ୍କ ହେଉଛନ୍ତି। ପଟ୍ଟାମୁଣ୍ଡାଇର ସୁମିନି ସେଠୀ। ତାଙ୍କୁ ପଟାମୁଣ୍ଡାଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି।

ତେବେ ସୁମିନି ପଟାମୁଣ୍ଡାଇର ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢନ୍ତି। ସୂଚନା ଅନୁସାରେ ସକାଳେ ସୁମିନି ମନ୍ମତ ନାମ ଉଚ୍ଚ ବିଦ୍ୟାଳୟ କୁ ମାଟ୍ରିକ ପରୀକ୍ଷା ଦେଇ ସାରି ଘରକୁ ଫେରୁଥିଲେ। ଏହି ସମୟରେ ପରୀକ୍ଷା କେନ୍ଦ୍ର ବାହାରେ ତିନି ଜଣ ଦୁବୃର୍ତ୍ତ ଏକ କାର ଧରି ଛିଡା ହୋଇଥିଲେ। ସୁମିନି ପରୀକ୍ଷା କେନ୍ଦ୍ର ରୁ ବାହାରିବା ବେଳେ ତିନି ଜଣ ଦୁବୃର୍ତ୍ତ ତାଙ୍କୁ ଟାଣି ନେଇ ଗାଡ଼ି ଭିତରେ ପୁରାଇ ଦେଇ ନେଇ ପଳାଉଥିଲେ। ହେଲେ କିଛି ବାଟ ଯିବାପରେ ସୁମିନି ଗାଡ଼ିର କାଚ ଭାଙ୍ଗି ପଳାଇ ଆସିଥିଲେ।

ପରେ ଦୁବୃର୍ତ୍ତ ମାନେ ଗାଡ଼ି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସୁମିନି କିଛି ବାଟ ଗଲାପରେ ସଙ୍ଘାୟନ ହୋଇ ପଡ଼ିଥିଲେ। ଦୁବୃର୍ତ୍ତ ମାନେ ସୁମିନି ଙ୍କର ବେକ ଓ ହାତକୁ ବ୍ଲେଡରେ କାଟି ଦେଇଥିଲେ। ସ୍ଥାନୀୟ ଲୋକେ ସୁମିନିଙ୍କୁ ଉଦ୍ଧାର କରି ପଟାମୁଣ୍ଡାଇ ମେଡିକାଲ୍ ରେ ଭର୍ତ୍ତି କରିଥିଲେ। ଏହା ସହ ସୁମିନି ଙ୍କର ପରିବାର ଲୋକଙ୍କୁ ଖବର ଦେଇଥିଲେ। ଅନ୍ୟପଟେ ପଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଗାଡ଼ି ଓ ଦୁବୃର୍ତ୍ତ ଫେରାର ଥିବା ଜଣାପଡିଛି।

Related posts

5G Networkରେ ଡାଟା ସରିବା ସହ ହୋଇପାରେ ଏହିସବୁ କ୍ଷତି: ଏବେଠୁ ରୁହନ୍ତୁ ସାବଧାନ

Odisha Halchal

ଅଳ୍ପକେ ବର୍ତିଲେ ମନ୍ତ୍ରୀ – ଗାଡ଼ି ଦୁର୍ଘଟଣାଗ୍ରସ୍ତ

Odisha Halchal

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା, ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ଗିରଫ

Odisha Halchal

Leave a Comment