ଦେଶ ବିଦେଶନ୍ୟୁଜ୍

ଉପରାଷ୍ଟ୍ରପତି ନିର୍ବାଚନ: ଆରମ୍ଭ ହେଲା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା

ଉପରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହେଲା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଅଧିସୂଚନା ଜାରି ହୋଇଯାଇଛି। ଅଗଷ୍ଟ ୬ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୯ ଜୁଲାଇ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଜୁଲାଇ ୨୦ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୨ ତାରିଖ ପ୍ରତ୍ୟାହାରର ଶେଷ ଦିନ। ଉଲ୍ଲେଖଯୋଗ୍ୟ ଯେ ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ।

ଉପରାଷ୍ଟ୍ରପତି ପଦବୀ ଲାଗି ବିଜେପି ନେତୃତ୍ୱାଧୀନ ଏନଡିଏର ସ୍ପଷ୍ଟ ବହୁମତ ରହିଛି। ଏହି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସଦସ୍ୟ ଭୋଟ ଦେଇଥାନ୍ତି। ଏଥିରେ ମନୋନୀତ ସଦସ୍ୟ ମଧ୍ୟ ଭୋଟ ଦିଅନ୍ତି। ତେବେ ଅଧିସୂଚନା ଜାରି ହୋଇଥିଲେ ମଧ୍ୟ ରାଜନୈତିକ ଦଳମାନେ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ରାଷ୍ଟ୍ରପତି ନିର୍ବାଚନ ଲାଗି ବିଜେପି ସହଯୋଗୀ ଓ ମିତ୍ର ଦଳଙ୍କ ସହଯୋଗ ଆବଶ୍ୟକ। ତେବେ ଉପରାଷ୍ଟ୍ରପତି ପଦବୀ ନିମନ୍ତେ କେବଳ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଭୋଟ ଦେଇଥାନ୍ତି।

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଲୋକସଭାର ୫୪୩ ଓ ରାଜ୍ୟସଭାର ୨୩୨ ସଦସ୍ୟଙ୍କୁ ମିଶାଇ ମୋଟ ୭୭୫ ସଦସୀୟ ନିର୍ବାଚକ ମଣ୍ଡଳ ଅର୍ଥାତ ଇଲେକ୍ଟୋରଲ ରହିଛି। ଏଥିରେ ବିଜେପିର ୩୯୫ ସାଂସଦ ଅର୍ଥ ଭୋଟ ଅଛି। ଯାହା ନିର୍ବାଚନରେ ବିଜୟ ଲାଗି ମ୍ୟାଜିକ୍ ନମ୍ବର ୩୮୮ରୁ ଅଧିକ ରହିଛି। ଏପର୍ଯ୍ୟନ୍ତ ବିଜେପି ନେତୃତ୍ୱାଧୀନ ଏନଡିଏ ତାଙ୍କ ପ୍ରାର୍ଥୀ ଘୋଷଣା କରି ନାହାନ୍ତି।

Related posts

କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ

Odisha Halchal

କମିଲା ତେଲ ଦର: ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ ହଟାଇଲା

Odisha Halchal

ଟେକ୍ ହୋମ୍ ଦରମାରେ କେତେ ମିଳିବ ଲୋନ୍? କେତେ ପଡ଼ିବ EMI, ଜାଣନ୍ତୁ RBIର ଗାଇଡଲାଇନ୍

Odisha Halchal

Leave a Comment