ଓଡ଼ିଶା ଖବର

ଦୁର୍ବଳ ହେଉଛି ବାତ୍ୟା ଅସାନି, ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା

ଟଳିଳା ବାତ୍ୟା ବିପତ୍ତି। ଦୁର୍ବଳ ହେଲା ବାତ୍ୟା ଆସାନି। ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ଓ ଆସନ୍ତାକାଲି ସକାଳୁ ଅବପାତରେ ପରିଣତ ହେବ ବାତ୍ୟା ଆସାନି। ଏବେ ରିକର୍ଭ କରି ସମୁଦ୍ର ମଧ୍ୟରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ହେବ । ୧୩ ରୁ ରାଜ୍ୟରେ ୨ରୁ ୪ ଡିଗ୍ରୀ ବଢିବ ତାପମାତ୍ରା।

ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି। ମଧ୍ୟାହ୍ନରୁ ଆନ୍ଧ୍ରର ନର୍ସାପୁର, ୟନମ୍, କାକିନାଡା, ଟୁନି ଓ ବିଶାଖାପାଟନମ୍ ଉପକୂଳ ଛୁଇଁ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି ବାତ୍ୟା। କାକିନାଡାଠାରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିଥିବାବେଳେ ଏହା ପ୍ରଭାବରେ ଆଜି ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।

ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ । ସେତେବେଳକୁ ଏହା ଅବପାତର ରୂପ ନେଇସାରିଥିବ । ତେବେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ବାତ୍ୟା ଦୁର୍ବଳ ହେଉଥିବାରୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ,ରାୟଗଡା, ଗଞ୍ଜାମ, ନବରଙ୍ଗପୁର, ଗଜପତି, କେଉଁଝର, ମୟୁରଭଞ୍ଜ ଓ ପୁରୀରେ ବର୍ଷା ସମ୍ଭାବନା ରହିଛି । ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ଅନ୍ୟ ସମସ୍ତ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ରହିଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି।

ବାତ୍ୟା ଦୁର୍ବଳ ହୋଇଛି, ଆସନ୍ତାକାଲି ସୁଦ୍ଧା ଆହୁରି ଦୁର୍ବଳ ହେବ। ଭୀଷଣ ସାମୁଦ୍ରିକ ଝଡ଼କୁ ଶକ୍ତିଶାଳୀ କରିବାକୁ ପାଣିପାଗ ଅନୁକୂଳ ହେଲା ନାହିଁ । ଫଳରେ ଏହା ଶୀଘ୍ର ଦୁର୍ବଳ ହୋଇଛି। ଆଜି ଆନ୍ଧ୍ର ଉପକୂଳ ଛୁଇଁବା ପରେ ଆହୁରି ଦୁର୍ବଳ ହେବ। ଯାହା ପ୍ରଭାବରେ ଆସନ୍ତାକାଲି ଅଳ୍ପ କିଛି ସ୍ଥାନରେ ବର୍ଷା ହେବ। ଘୁର୍ଣ୍ଣିବଳୟ ପ୍ରଭାବରେ ବାୟୁମଣ୍ଡଳରେ ଥିବା ଜଳୀୟବାଷ୍ପ ଓ ଉତ୍ତର ପଶ୍ଚିମ ପଟୁ ଆସୁଥିବା ଗରମ ପବନ ମିଶି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବ। ବଡ଼ ଧରଣର ବର୍ଷା ହେବନାହିଁ। ୧୩ ତାରିଖରୁ ପାଗ ବଦଳିବା ସହ ଖରା ବଢି଼ବ। ୧୪ ତାରିଖ ବେଳକୁ ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ୧୫ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୩ ରୁ ୪୪ ଡିଗ୍ରୀ ତାପମାତ୍ରା ରହିବା ସହ ଉପକୂଳରେ ମଧ୍ୟ ୪୦ ଡିଗ୍ରୀରୁ ଅଧିକ ରହିବ।

ତେବେ ଅଳ୍ପ କିଛିଦିନ ଅନ୍ତରରେ ରାଜ୍ୟରେ ପୁଣି ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅଣାୟତ କରିବ। ଆସନ୍ତା ସପ୍ତାହରେ ପ୍ରବଳ ଖରା ହେବା ନେଇ ପୂର୍ବାନୁମାନ କରାଯାଉଛି ।

Related posts

ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଟକିଲା ଅଧାରାସ୍ତାରେ

Odisha Halchal

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀଙ୍କ ଭେଟି

Odisha Halchal

ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ପଦଯାତ୍ରା

Odisha Halchal

Leave a Comment