ଓଡ଼ିଶା ଖବରନ୍ୟୁଜ୍

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ରାୟଗଡ଼ା :-(ରିପୋର୍ଟ-ପ୍ରସାଦ ସାହୁକାର)ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ କରପା ପଞ୍ଚାୟତର ସୁଳିପଦର ଗ୍ରାମର ମାଳି ସାହି ବାସିନ୍ଦା ଶିବ ମାଣ୍ଡାଙ୍ଗଙ୍କ ଘରର କାନ୍ଥ ଭାଙ୍ଗି ପଡ଼ି ଯାଇଛି ।

ମଜୁରୀ କାମ କରି ଚଳୁଥିବା ଶିବ ମାଣ୍ଡାଙ୍ଗ ସ୍ତ୍ରୀ ଗୌରି ମାଣ୍ଡାଙ୍ଗ ଓ ପୁଅ ଅର୍ଜୁନ ମାଣ୍ଡାଙ୍ଗ ସହିତ ଉକ୍ତ ଘରେ ରୁହନ୍ତି ଆଜି ଭାଗ୍ୟ ବଶତଃ ଆଜି ଘର କାନ୍ଥ ପଡ଼ିଯିବା ସମୟରେ ଘରେ କେହି ନ ଥିବା ଯୋଗୁଁ କାହାର କିଛି କ୍ଷତି ହୋଇ ନ ଥିବା ଦେଖିବାକୁ ମିଳିଛି କିନ୍ତୁ ଘରେ ଥିବା ଚାଉଳ ଡାଲି ପୋଷାକ ଓ ଅନ୍ୟାନ୍ୟ ଜିନିଷ ପତ୍ର ସବୁ ନଷ୍ଟ ହୋଇଯାଇଛି।

ଘର କାନ୍ଥ ପଡ଼ିଯିବା ପରେ ଆଜି ରୋଷେଇ ମଧ୍ୟ ଏଯାଏଁ ହୋଇ ପାରିନାହିଁ କୁଲି ମଜୁରୀ କରି ବଞ୍ଚୁଥିବା ଏହି ପରିବାର ଏବେ ସାହି ପଡିଶା ଙ୍କ ପିଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇ ଯାଇଛନ୍ତି ତେବେ ଅତି ଗରିବ ଶ୍ରେଣୀର ହୋଇ ମଧ୍ୟ ସରକାରଙ୍କ ତରଫରୁ ଘରଟିଏ ଏଯାଏଁ ପାଇ ପାରି ନାହାଁନ୍ତି ଏମିତି କି ରେକିଂ ଲିଷ୍ଟ୍ ରେ ନାମ ଥାଇ ସୁଦ୍ଧା ଏ ପର୍ଯ୍ୟନ୍ତ ଘର ନ ମିଳିବା ଯୋଗୁଁ ପୁରା ପରିବାର ଭାଙ୍ଗି ପଡ଼ିଛନ୍ତି। ସରକାରଙ୍କ ତରଫରୁ ଏହି ପରିବାରକୁ ଯଥା ଶୀଘ୍ର ସହଯୋଗ କରାଯାଉ ବୋଲି ସାହି ପଡ଼ିଶା ଲୋକ ଅନୁରୋଧ କରିଛନ୍ତି।

Related posts

ଋଷ-ୟୁକ୍ରେନ୍ ସଂଙ୍କଟ ମଧ୍ୟରେ ପ୍ରତିରକ୍ଷା ବଜେଟ୍‌କୁ ୨୩୦ ବିଲିୟନ ଡ଼ଲାରକୁ ବୃଦ୍ଧି କଲା ଚାଇନା, ଭାରତ ବଜେଟ୍‌ଠାରୁ ତିନି ଗୁଣ ଅଧିକ

Odisha Halchal

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌: ୬ କେଜିର ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

Odisha Halchal

ବାଲ୍ୟବିବାହ ରୋକିବା ନେଇ ତିଆରି ହେଲା”ମିଶନ ଉଡ଼ାଣ”

Odisha Halchal

Leave a Comment