ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ତ୍ରୀ ଥାଇ ବି ଅନ୍ୟ ଯୁବତୀଙ୍କ ସହ ସଂପର୍କ

ପ୍ରେମିକ ଚାପୁଡ଼ାରେ ପ୍ରେମିକା ବେହୋସ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ପୋଲିସ ପ୍ରେମିକ ସୁନୀଲ ସେଠୀଙ୍କୁ ଗିରଫ କରିଛି । ସୁନୀଲଙ୍କ ଘର କେନ୍ଦ୍ରାପଡ଼ା ନିକିରେଇ । ସେ ମଞ୍ଚେଶ୍ୱର ଚକେଇସିଆଣିରେ ରହୁଥିଲେ ।

ପୁଲିସ ସୂଚନା ଅନୁଯାୟୀ,  ସୁନୀଲ ଚକେଇସିଆଣିରେ ରହି ଏକ ଘରୋଇ କଂପାନୀରେ କାମ କରୁଥିଲେ । ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଅଛି । ସୋସିଆଲ ମିଡିଆରୁ ସୁନୀଲଙ୍କର ପ୍ରିୟଙ୍କା(ଛଦ୍ମନାମ, ୨୬ ବର୍ଷ) ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପ୍ରିୟଙ୍କା ମଧ୍ୟ ଏକ ଘରୋଇ କଂପାନୀରେ କାମ କରୁଥିଲେ । ଗୁରୁଦ୍ୱାର ନିକଟରେ ଥିବା ଏକ ଲେଡିଜ ହଷ୍ଟେଲରେ ରହୁଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ହୋଇଥିଲା ।

ତେବେ ସୁନୀଲ ବିବାହିତ ବୋଲି ଜାଣିବା ପରେ ପ୍ରିୟଙ୍କା ଆଉ ତାଙ୍କ ସହ ସଂପର୍କ ରଖି ନଥିଲେ । ବାରମ୍ବାର ସୁନୀଲ ଫୋନ୍‌ କଲେ ମଧ୍ୟ ପ୍ରିୟଙ୍କା ଉଠାଉ ନଥିଲେ । ମଙ୍ଗଳବାର ରାତିରେ ସୁନୀଲ ଲେଡିଜ ହଷ୍ଟେଲ ନିକଟରେ ପହଞ୍ଚି ପ୍ରିୟଙ୍କାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପ୍ରିୟଙ୍କା ହଷ୍ଟେଲରୁ ବାହାରି ପ୍ରତିବାଦ କରିବାରୁ ସୁନୀଲ ତାଙ୍କୁ ୩ ଶକ୍ତ ଚାପୁଡ଼ା ମାରିଥିଲେ । ଫଳରେ ପ୍ରିୟଙ୍କା ବୋହୋସ ହୋଇ ପଡ଼ିଥିଲେ । ଆଖପାଖ ଲୋକେ ଉଠି ଆସିବାରୁ ସୁନୀଲ ସେଠାରୁ ପଳାଇଥିଲା ।

ସେପଟେ ଖବରପାଇ ଖାରବେଳନଗର ଥାନା ପୁଲିସପହଞ୍ଚି ପ୍ରିୟଙ୍କାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ରାତାରାତିପୁଲିସ ସୁନୀଲଙ୍କୁ ଉଠାଇ ଆଣିଥିଲା । ପରେ ପ୍ରିୟଙ୍କାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରିବା ସହ ସୁନୀଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

Related posts

ରିଲିଜ୍‌ ହେଲା ‘ଫୋନ୍‌ ଭୂତ’ର ଗୀତ ‘କିନ୍ନା ସୋନା’, ଗ୍ଲାମରସ୍‌ ଅନ୍ଦାଜ୍‌ରେ ନଜର ଆସିଲେ କ୍ୟାଟ୍ରିନା

Odisha Halchal

ଧାନକିଣାରେ କାଟ ଓ ଚାଉଳ କାଟର ପ୍ରତିବାଦରେ ବୌଦ୍ଧ ବିଜୁ ଜନତା ଦଳ

Odisha Halchal

ରକ୍ତ ସମ୍ପର୍କରେ ପାପର ଛିଟା, ଝିଆରୀକୁ ଗର୍ଭବତୀ କଲା କକା

Odisha Halchal

Leave a Comment