ଅପରାଧଓଡ଼ିଶା ଖବରନ୍ୟୁଜ୍

ତ୍ରିକୋଣୀୟ ପ୍ରେମରୁ ହତ୍ୟା

ତ୍ରିକୋଣୀୟ ପ୍ରେମରୁ ହତ୍ୟା

କଳାହାଣ୍ଡି:-କେବେ ପ୍ରେମ ପାଇଁ ଅପହରଣ ତୋ କେବେ ହତ୍ୟା।ପ୍ରେମ ରେ ଅନ୍ଧ ହୋଇ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ।ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ।ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା।

ଏ ନେଇ ପୋଲିସ ତତ୍ପରତା ଦେଖାଇବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣ ଙ୍କୁ ପ୍ରଥମେ ଅଟକ ରଖିଥିବା ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣ ଙ୍କୁ ତଦନ୍ତ ପରିସରକୁ ଆଣିଥିଲା।ତଦନ୍ତ ରେ ଦୁଇ ଅଭିଯୁକ୍ତ ମୋହନ ମାଝୀ ଓ ନାବାଳକ ଡାକ୍ତର ନାଏକ ପ୍ରେମ ତ୍ରିକୋଣୀୟ ସମ୍ପର୍କ ରୁ ହତ୍ୟା କରିଥିଲୁ ବୋଲି ସ୍ୱୀକାର କରିଛନ୍ତି।ଜଣେ ଝିଅ କୁ ମୃତକ ଦିଲୀପ ଓ ମୋହନ ଭଲ ପାଉଥିବା ବେଳେ ଏହି ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବା ସହ ହତ୍ୟାର ରୂପ ନେଇଥିଲା।

୧୮ ତାରିଖ ଦିନ ମୋହନ ଓ ଡାକ୍ତର ମୃତ ଦିଲୀପ କୁ ଏକ ନାଳ କୁ ନେଇ ହତ୍ୟା କରିଥିଲେ।ପୁନଶ୍ଚ ଏକ ବାଦାମ ଚାଷ ଜମିରେ ଦେଇଥିବା ବରାଫାସ ରେ ଦିଲୀପ କୁ ନେଇ ଠେଲି ଚାଲି ଆସିଥିବାବେଳେ ବରାଫାସ ଦେଇଥିବା ନିକଟସ୍ଥ ଦରଲୀପଡା ଗାଁର ଦୁଇ ଚାଷୀ ଅବତାର ମାଝୀ ଓ ଚନ୍ଦ ମାଝୀ ମୃତକ ଦିଲୀପ କୁ ଦେଖି ଗୋଟିଏ ଦିନ ଲୁଚାଇବା ସହ ମୃତ ଦେହକୁ ନଦୀକୁ ଫୋପାଡ଼ି ଦେଇଥିଲେ।

ପୋଲିସ ତଦନ୍ତ କରି ଅପରାଧରେ ବ୍ୟବହୃତ ଓ ବରାଫାସର ସମସ୍ତ ଜିନିଷ କୁ ଜବତ କରିଛି।ତେବେ ଶନିବାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣକୁ ମିଶାଇ ମୋଟ ଚାରି ଜଣ କୁ କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସୂଚନା ଦେଇଛିନ୍ତି।

Related posts

୧୧ ଦିନରେ ଧରା ପଡିଲେ ଆନ୍ତରାଜ୍ୟ ହତ୍ୟାକାରୀ

Odisha Halchal

ପ୍ରବଳ ତାତି.. ୪୦ ଡିଗ୍ରୀ ଉପରେ ତାପମାତ୍ରା ବଞ୍ଚିବା ଅସମ୍ଭାଳ

Odisha Halchal

ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ଅଟକ ରଖିଥିଲେ ଗ୍ରାମବାସୀ

Odisha Halchal

Leave a Comment