ଅପରାଧଓଡ଼ିଶା ଖବରନ୍ୟୁଜ୍

ଏସିଡ୍ ମାଡ ଘଟଣାରେ ୧୩ ବର୍ଷ ପରେ ଦୋଷୀକୁ ମିଳିଲା ଦଣ୍ଡ

ଏସିଡ୍ ମାଡ ଘଟଣାରେ ୧୩ ବର୍ଷ ପରେ ଦୋଷୀକୁ ମିଳିଲା ଦଣ୍ଡ

ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ୍ ମାଡ ଘଟଣାରେ ୧୩ ବର୍ଷ ପରେ ମିଳିଲା ଦଣ୍ଡ । ଏସିଡ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳ ସିଂରାୟଙ୍କୁ ମିଳିଛି ସଜା ।

୧୪ ବର୍ଷ ଜେଲ ଦଣ୍ଡାଦେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କେବଳ ଏତିକି ନୁହେଁ ଏହା ସହ ୧୫ ହଜାର ଟଙ୍କା ଜରିମାନା ମଧ୍ୟ ଆଦେଶ ଦିଆଯାଇଛି ।

ତେବେ ଏହି ଘଟଣାରେ ପ୍ରମୋଦିନୀଙ୍କ ଶରୀର ପ୍ରାୟ ୮୦ ଭାଗ ପୋଡ଼ି ଯାଇଥିଲା । ଏହା ପରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏନେଇ ଜଗତସିଂହପୁର ଏଏସଜେ ମହିଳା କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ସୁଚନା ଅନୁସାରେ ୨୦୦୯ ଏପ୍ରିଲ ୧୮ ତାରିଖରେ ଘଟିଥିଲା ଏସିଡ ଆକ୍ରମଣ । ତିର୍ତ୍ତୋଲ ଥାନା କନକପୁର ର ପ୍ରମୋଦିନୀ ଙ୍କୁ ହୋଇଥିଲା ଏସିଡ ମାଡ ।

Related posts

ତ୍ରିରଙ୍ଗାକୁ ଅସମ୍ମାନ କଲେ ମହାବିଦ୍ୟାଳୟର ଡାଇରେକ୍ଟର

Odisha Halchal

ବାଲ୍ୟ ବିବାହ ନିରାକରଣ ସଚେତନତା ରାଲି

Odisha Halchal

ଖୋଲିବ ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର

Odisha Halchal

Leave a Comment