ଅପରାଧଓଡ଼ିଶା ଖବରନ୍ୟୁଜ୍

ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ତ ହେଲେ ମହିଳା

ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ତ ହେଲେ ମହିଳା

ଯାଜପୁର :-ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଈଶାନପୁର ଗ୍ରାମରେ ମଦ୍ୟପାନ କରି ଜାତିଆଣ ଆକ୍ଷେପ କରିବା ସହ ମରଣାନ୍ତକ ଆକ୍ରମଣ କୁ ନେଇ ଆଜି ପୀଡିତ ଙ୍କ ମା ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି।

ଅଭିଯୋଗ କାରିଣୀ ଇଶାନପୁର ଗ୍ରାମର ସୁରେଶ ମଲ୍ଲିକ ଙ୍କ ପତ୍ନୀ ଭାରତୀ ମଲ୍ଲିକ ଙ୍କ ଅଭିଯୋଗ ମୁତାବକ ତାଙ୍କ ପୁଅ ଜଗନ୍ନାଥ ମଲ୍ଲିକ ଏବଂ ଶ୍ରୀକାନ୍ତ ମଲ୍ଲିକ ୨୭ ତାରିଖ ସନ୍ଧ୍ୟା ସମୟରେ ଗ୍ରାମ ନିକଟସ୍ଥ ମହାପୁରୁଷଛକ କୁ ସଉଦା କିଣିବାକୁ ଯାଇଥିବା ସମୟରେ ଗ୍ରାମର କେତେକ ମଦ୍ୟପ ଯୁବକ ଜଗନ୍ନାଥ ଏବଂ ଶ୍ରୀକାନ୍ତ ଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରି ଲୁହାରଡରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଏପରିକି ଭାରତୀ ସେଠାରେ ପହଞ୍ଚିବା ପରେ ଉକ୍ତ ମଦ୍ୟପ ଯୁବକ ମାନେ ତାଙ୍କୁ ମଧ୍ୟ ମାଡମାରି ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଜଗନ୍ନାଥ ବରୀ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିବା ବେଳେ କୌଣସି ସୁଫଳ ନ ମିଳିବାରୁ ଭାରତୀ ମଲ୍ଲିକ ‌ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ ଙ୍କୁ ପାଣିକୋଇଲି ସ୍ଥିତ କାର୍ଯ୍ୟାଳୟ ରେ ଭେଟି ନ୍ୟାୟ ଭିକ୍ଷା କରିଥିବା ଜଣାପଡିଛି।ଆରକ୍ଷୀ ଅଧିକ୍ଷକ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି।

Related posts

ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ପାଠ

Odisha Halchal

ଓଲଟିଲା ବସ୍ ଅଳ୍ପକେ ବର୍ତିଗଲେ ଯାତ୍ରୀ

Odisha Halchal

ମାମୁଁଙ୍କ ପାଇଁ ଭଣଜା ଗଲା ଜେଲ !

Odisha Halchal

Leave a Comment