ଓଡ଼ିଶା ଖବରନ୍ୟୁଜ୍

ଲୋକ ବିକାଶ ମଞ୍ଚ ସଂଗଠନର ପ୍ରଶିକ୍ଷକଙ୍କ ଦ୍ବାରା ଶିକ୍ଷା ଗ୍ରହଣ

ଲୋକ ବିକାଶ ମଞ୍ଚ ସଂଗଠନର ପ୍ରଶିକ୍ଷକଙ୍କ ଦ୍ବାରା ଶିକ୍ଷା ଗ୍ରହଣ

କୋରାପୁଟ:-(ରିପୋର୍ଟ-ପ୍ରମୋଦ ତାଡିଙ୍ଗି)ଲୋକ ବିକାଶ ମଞ୍ଚ ସଂଗଠନ ତରଫରୁ ଆୟୋଜିତ ସଭାରେ ସେମିଳିଗୁଡା ବ୍ଲକର ୧୭ ଗୋଟି ପଞ୍ଚାୟତରୁ ପ୍ରାୟ ୫୦ ରୁ ଉର୍ଦ୍ଧ ସ୍ବେଛାସେବୀ ଦୁଇ ଦିନିଆ ଆୟୋଜିତ ସ୍ବେଚ୍ଛାସେବୀ ଶିବିରରେ ଅଂଶ ଗ୍ରହଣ କରି ସୋସିଆଲ ମିଡ଼ିଆର ମହତ୍ତ୍ଵ ଏବଂ ସୋସିଆଲ ମିଡ଼ିଆ ଦ୍ଵାରା ଆଞ୍ଚଳିକ ସମସ୍ୟାକୁ କିଭଳି ଭାବରେ ପ୍ରଶାସନିକ ଦୃଷ୍ଟିଗଚର କରାଯାଇ ପାରିବ ସେନେଇ ଲୋକ ବିକାଶ ମଞ୍ଚ ସଂଗଠନର ପ୍ରଶିକ୍ଷକଙ୍କ ଦ୍ବାରା ଶିକ୍ଷା ଗ୍ରହଣ କରିଥିଲେ।

ଓଡ଼ିଶାର ପ୍ରତିଟି ଜିଲ୍ଲାର ଯୁବକ ଯୁବତୀ ମାନଙ୍କୁ ନେଇ ପ୍ରାୟ ୧୦,୦୦୦ ସ୍ୱେଚ୍ଛାସେବୀ ଭାବରେ ଗୋଡ଼ି ତୋଳିବା ଲକ୍ଷ ରଖି ସମାଜ ପ୍ରତି ଗଠନ ମୂଳକ ବିଚାରଧାରା ନିର୍ମାଣ ନିମନ୍ତେ ମୂଳଦୁଆ ସୃଷ୍ଠି କରିବା ସହିତ ଆଞ୍ଚଳିକ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦେବା ଯେମିତି ମୌଳିକ ଶିକ୍ଷାରୁ ବଞ୍ଚିତ ହେବା, ଯୋଗ୍ୟ ହିତାଧିକାୀମାନେ ମଧୁବାବୁ ଭତ୍ତା ଯୋଜନାରୁ ବଞ୍ଚିତ ରହିବା ଭଳି ଅନେକ ସମସ୍ୟାକୁ ଟୁଇଟର ମାଧ୍ୟମରେ ପ୍ରାଶାସନିକ ନିକଟକୁ ଦାବି କରିବା ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ସଭାରେ ମୂଖ୍ୟ ଅଥିତି ଭାବରେ ଆମ୍ବେଦକର ସୋସାଇଟିର ସଭାପତି ଶ୍ରୀଯୁକ୍ତ ବିଶ୍ଵନାଥ ଦିଶାରୀ ନିମନ୍ତ୍ରିତ ହୋଇ ଉପସ୍ଥିତ ସ୍ବେଚ୍ଛାସେବୀ ମାନଙ୍କୁ ସମାଜର ଆଦର୍ଶ ବ୍ୟକ୍ତି ଭାବରେ ଅନୁପ୍ରାଣିତ ହେବା ନିମନ୍ତେ ଉଦବୋଧନ ଦେଇଥିଲେ ।
କରନା କାଳରେ ମାଗଣା ଶିକ୍ଷା ଦାନ କରିଥିବା ସ୍ଵେଚ୍ଛାସେବୀ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା
ଅନୁଷ୍ଠିତ ଶୋଭାରେ ସେମିଳିଗୁଡା ବ୍ଲକ୍ କମିଟିର ସଭାପତି ସନିଆ ମାଝୀ ସମେତ ପ୍ରଭାସିନୀ ଖରା, ସୁନିଲ ଦିଶାରୀ, ବିଦୁଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ସକ୍ଷମ ହୋଇପାରିଥିଲେ ।

Related posts

କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଘଟଣା: ୪ ଡାକ୍ତରଙ୍କୁ ୱାର୍ଣ୍ଣିଂ

Odisha Halchal

ମୋବାଇଲ ଚୋରିରୁ କ୍ୟାରିୟର ଆରମ୍ଭ

Odisha Halchal

ମାଓବାଦୀଙ୍କ ଗୁଳିରେ ଏ ଏସ ଆଇ ଗୁରୁତର

Odisha Halchal

Leave a Comment