ଅପରାଧଓଡ଼ିଶା ଖବରନ୍ୟୁଜ୍

୮ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ, ୪ ଗିରଫ

୮ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ, ୪ ଗିରଫ

ମୁରିବାହାଲ ପୋଲିସ ଦ୍ୱାରା କରଳାପିଟା ଗ୍ରାମରୁ ୮ ଦେଶୀ ବନ୍ଧୁକ ସହ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି । ବେଆଇନ ଭାବେ ବନ୍ଧୁକ ଏବଂ ବିସ୍ପୋରକ ସାମଗ୍ରୀ ଘରେ ରଖିଥିବା ଅଭିଯୋଗରେ ଗାଁର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୪ ଜଣ ହେଲେ କରଲପିଟା ଗାଁର ଧରଣୀ ଚନ୍ଦନ, ପୁରନ୍ଦର ଧରୁଆ, ଦେବାରଚନ୍ଦ ଧରୁଆ, ସାଧୁ ଧରୁଆ ।

ମୁରିବାହାଲ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ବରାହା ଶିକାରୀ ମାନେ ନିଜର ପ୍ରତିଆରା ବଢ଼ାଇ ଆସୁଛନ୍ତି । ଅନେକ ସମୟରେ ପୋଲିସ ଶିକାରୀ ସହ ବରାହା ମାଂସ ଓ ବନ୍ଧୁକ ଜବତ ମଧ୍ୟ କରିଛି ।ତେବେ ଗିରଫ ଶିକାରୀମାନେ ଜଙ୍ଗଲରେ ଶୀକାର କରିବାକୁ ଯୋଜନା କରୁଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ କରଳାପିଟା ଗାଁରେ ପହଞ୍ଚି ୮ଟି ବନ୍ଧୁକ ଏବଂ ବିସ୍ପୋରକ ସାମଗ୍ରୀ ଜବତ କରିଥିବା ନେଇ କଣ୍ଟାବାଞ୍ଜି ପୋଲିସ ଏସ୍‌ଡିପିଓ ଡ଼. ହୃଷିକେଶ ମେହେର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେମାନଙ୍କ ଠାରୁ ୮ ଟି ଦେଶୀ ବନ୍ଧୁକ ସହ ୧୯ ଟି ଫୁଟା ଗୁଳି, ୩ ଟି ଜୀବନ୍ତ ଗୁଳି ସହ ବିସ୍ପୋରକ ସାମଗ୍ରୀ ଜବତ କରିଥିବା ବେଳେ ଏମାନେ ପଶୁ ପକ୍ଷୀ ଶିକାର କରିବାକୁ ଏଭଳି ବନ୍ଧୁକ ତିଆରି କରୁଥିଲେ ବୋଲି ମଧ୍ୟ ଏସ୍ଡିପିଓ ସୂଚନା ଦେଇଛନ୍ତି । ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related posts

ଓଡିଶାର ୧୧ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ

Odisha Halchal

ଜନ୍ମଦାତା ସାଜିଲା ସୈତାନ, ୩ ଛୁଆଙ୍କୁ କୂଅକୁ ଫିଙ୍ଗି କଲା ହତ୍ୟା

Odisha Halchal

ଧୋବେନ ପଡା ମା ଘାଟି ମୁଣ୍ଡିଆଣି ଙ୍କ ବାର୍ଷିକ ମାଘ ଯାତ୍ରା

Odisha Halchal

Leave a Comment