ଦେଶ ବିଦେଶନ୍ୟୁଜ୍

ମୋଦୀଙ୍କୁ ଆଙ୍କିଥିବା ଛବି ଉପହାର ଦେଲେ କୁନି ଝିଅ

ମୋଦୀଙ୍କୁ ଆଙ୍କିଥିବା ଛବି ଉପହାର ଦେଲେ କୁନି ଝିଅ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବିଦେଶ ଗସ୍ତ କରିଛନ୍ତି । ସେ ବର୍ଲିନରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ସେ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିଥିଲେ । ଏହି ସମୟରେ ଏକ ଶିଶୁକନ୍ୟା ମୋଦୀଙ୍କୁ ଏକ ଚିତ୍ର ଦେଇଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି ।

କୁନି ଝିଅଟି ମୋଦୀଙ୍କୁ ନିଜ ହାତରେ ଆଙ୍କିଥିବା ଚିତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲା । ମୋଦୀ ଏହା ଦେଖି ଶିଶୁଟିକୁ ଆଙ୍କିବା ପାଇଁ କେତେ ସମୟ ଲାଗିଲା ବୋଲି ପଚାରିଥିଲେ । ଝିଅଟି ଏହା କରିବା ପାଇଁ ଏକ ଘଣ୍ଟା ଲାଗିଲା ବୋଲି କହିଥିଲେ ।

ଏହାସହ ମୋଦୀ ଏହି ଚିତ୍ର କାହିଁକି ଆଙ୍କିଛ ବୋଲି ଶିଶୁଟିକୁ ପଚାରିଥିଲେ । କୁନି ଝିଅଜଣଙ୍କ ଆପଣ ମୋ ଆଦର୍ଶ ତେଣୁ ଆଙ୍କିଛି ବୋଲି କହିଥିଲେ ।ଏହାପରେ ମୋଦୀ ତାଙ୍କୁ ଆଶୀର୍ବାଦ ଦେଇ ଫଟୋ ଉଠାଇଥିଲେ । ଏହାସହ ଅଟୋଗ୍ରାଫ ମଧ୍ୟ ଦେଇଥିଲେ । ଯାହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ମୋଦୀ ତିନିଦିନିଆ ବିଦେଶ ଗସ୍ତରେ ଅଛନ୍ତି । ସେ ସୋମବାର ବର୍ଲିନରେ ପହଁଚିଥିଲେ । ଏହାସହ ଜର୍ମାନ ଚାନ୍ସସେଲରଙ୍କୁ ଭେଟିବେ ବୋଲି ଟ୍ୱିଟ୍ କରିଥିଲେ ।

Related posts

ଶିଶୁ ଶ୍ରମିକ ଉଦ୍ଧାର

Odisha Halchal

ଗୂଋବୁଢା ପର୍ବତ ଭାଲୁର ମୃତ ଦେହ ଉଦ୍ଧାର

Odisha Halchal

ପଶ୍ଚିମରେ ବର୍ଷିବ ନିଆଁ : ୪୪ ଡିଗ୍ରୀ ଟପିବ ପାରଦ

Odisha Halchal

Leave a Comment