ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ପୁଅ ଯେମିତି ଝିଅ ସେମିତି

ପୁଅ ଯେମିତି ଝିଅ ସେମିତି

ବିବାହ ପରେ ପୁଅ ଯେମିତି ବାପାର, ଝିଅ ବି ସେମିତି…କୋଟାରେ ରହିଛି ଉଭୟଙ୍କ ଅଧିକାର।ବିବାହ ପରେ ପୁଅ ଯଦି ପୁଅ ହୋଇ ରହିପାରୁଛି ଏବଂ ବାପାର ନାଁ ମଧ୍ୟ ବ୍ୟବହାର କରିପାରୁଛି ତେବେ ଝିଅ ମଧ୍ୟ ବିବାହ କରିବା ପରେ ଝିଅ ହୋଇ ରହିବ ଆଉ ବାପାର ନାଁ ବ୍ୟବହାର କରିପାରିବ ।

କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲାର ଶୁଣାଣି କରିବା ବେଳେ କୋର୍ଟ କହିଛନ୍ତି, ବାପାର ନାଁରେ ପୁଅର ଯେତିକି ଅଧିକାର ଅଛି ଝିଅର ବି ସେତିକି ଅଧିକାର ରହିଛି । ଖାଲି ସେତିକି ନୁହେଁ କୋର୍ଟ ଆହୁରି ବି କହିଛନ୍ତି, ପୁଅ ଯଦି ବିବାହ କରିବା ପରେ ବାପା ନାଁର ଫାଇଦା ନେଇପାରୁଛି ବା ବାପାଙ୍କୁ ମିଳୁଥିବା ସବୁ ସରକାରୀ ଫାଇଦା ପାଇପାରୁଛି ତେବେ ଝିଅ କାହିଁକି ନୁହେଁ ।

ବିବାହ ପରେ ପୁଅ ଯଦି ପୁଅ ହୋଇ ରହିପାରୁଛି ଏବଂ ବାପାର ନାଁ ମଧ୍ୟ ବ୍ୟବହାର କରିପାରୁଛି ତେବେ ଝିଅ ମଧ୍ୟ ବିବାହ କରିବା ପରେ ଝିଅ ହୋଇ ରହିବ ଆଉ ବାପାର ନାଁ ବ୍ୟବହାର କରିପାରିବ । ପୁଅ ଯେମିତି ବାପାକୁ ମିଳୁଥିବା ସରକାରୀ ଯୋଜନାର ଫାଇଦା ନେଉଛି ଝିଅ ବି ସେମିତି ନେଇପାରିବ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।

Related posts

ଶିଶୁ ଶ୍ରମିକ ଉଦ୍ଧାର

Odisha Halchal

ରାଣା ଦଂପତିଙ୍କ ଜାମିନ ଫଇସଲା

Odisha Halchal

ଆକାଶବାଣୀ ନିର୍ଦ୍ଦେଶକ ଅଭୟ କୁମାର ଦାସଙ୍କୁ ବିଦାୟ ସମ୍ବର୍ଦ୍ଧନା

Odisha Halchal

Leave a Comment