ଅପରାଧଓଡ଼ିଶା ଖବରନ୍ୟୁଜ୍

ନାବାଳିକା ଶାଳୀ ସହିତ ପୂର୍ବତନ ସରପଞ୍ଚ ଶାରୀରିକ ସମ୍ପର୍କ

ନାବାଳିକା ଶାଳୀ ସହିତ ପୂର୍ବତନ ସରପଞ୍ଚ ଶାରୀରିକ ସମ୍ପର୍କ

ପୂର୍ବତନ ସରପଞ୍ଚଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ତାଙ୍କ ଧରମ ଶାଳୀକୁ ଘରକୁ ଆଣି ଜବରଦସ୍ତ ବିବାହ କରିଥିଲେ। ସେ ବିରୋଧ କରିବାରୁ ଘର ଭିତରେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ପୂର୍ବତନ ସରପଞ୍ଚଙ୍କୁ ଗିରଫ କରିଛି।

ନାକଟିଦେଉଳ ଥାନା ସାହେବୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ହେଉଛନ୍ତି ବିରଞ୍ଚି ବେହେରା। ବୟସ ୫୮ ବର୍ଷ ହେବ। ବିବାହ ବହୁ ବର୍ଷ ପରେ ମଧ୍ୟ ତାଙ୍କର ପିଲାପିଲି ନଥିଲା। ଗତବର୍ଷ ତାଙ୍କ ପତ୍ନୀଙ୍କ ଦେହ ଅସୁସ୍ଥ ହୋଇଥିଲା। ପତ୍ନୀଙ୍କ ସେବା ଓ ଘର କାମ କରିବା ପାଇଁ ବିରଞ୍ଚି ତାଙ୍କ ଶାଳୀ(ପତ୍ନୀଙ୍କ ଧରମ ବାପାଙ୍କ ଝିଅ)କୁ ଘରକୁ ନେଇ ଆସିଥିଲେ। ଏଥିପାଇଁ ବିରଞ୍ଚିଙ୍କ ପତ୍ନୀ ଧରମ ବାପାଙ୍କ ପରିବାର ଲୋକ ସହମତି ଦେଇଥିଲେ।

ଶାଳୀ ଘରକୁ ଆସିବା ପରେ ବେଶ୍‌ ଖୁସି ଥିଲେ ବିରଞ୍ଚି। ସେ ଆସୁ ଆସୁ ଅସୁସ୍ଥ ଧରମ ଭଉଣୀଙ୍କ କାମରେ ଲାଗି ପଡ଼ିଥିଲେ। ଏହାରି ଭିତରେ ଶାଳୀଙ୍କ ଉପରେ ପାପ ନଜର ପକାଇଲେ ବିରଞ୍ଚି। ଏପରିକି ଘର ଭିତରେ ପରିବାର ଲୋକଙ୍କ ଅଗୋଚରରେ ଜବରଦସ୍ତି ଶାଳୀଙ୍କୁ ବିବାହ କରିଥିଲେ। ତାଙ୍କ ସିନ୍ଥିରେ ସିନ୍ଦୂର ଓ ହାତରେ ଶଙ୍ଖା ପିନ୍ଧାଇଲେ। ଘରୁ ବାହାରକୁ ଛାଡୁନଥିଲେ। ବାରଣ ସତ୍ତ୍ୱେ ଶାଳୀଙ୍କ ସହିତ ବିରଞ୍ଚି ବାରମ୍ୱାର ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏ ସବୁ ଦେଖୁଥିଲେ ବିରଞ୍ଚିଙ୍କ ପତ୍ନୀ। ହେଲେ ମୁହଁ ଖୋଲୁନଥିବା ଅଭିଯୋଗ ହୋଇଛି।

ନିର୍ଯାତନା ଅସହ୍ୟ ହେବାରୁ ବିରଞ୍ଚିଙ୍କ ଶାଳୀ ମଙ୍ଗଳବାର ଘର ଛାଡ଼ି ତାଙ୍କ ବଡ଼ ଭଉଣୀଙ୍କ ଘରକୁ ପଳାଇ ଯାଇଥିଲେ। ଶାଳୀଙ୍କୁ ଘରେ ନପାଇ ବିରଞ୍ଚି ଚାରିଆଡ଼େ ଖୋଜିଥିଲେ। ମାତ୍ର ତାଙ୍କ ପତ୍ତା ପାଇନଥିଲେ। ପରେ ଧରମ ଶ୍ୱଶୁର ଘରକୁ ଫୋନ୍‌ କରି ଝିଅ କେଉଁଆଡେ ପଳାଇ ଯାଇଛି, ଥାନାରେ ଅଭିଯୋଗ କର ବୋଲି କହିଥିଲେ। ଝିଅ ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୁରୁବାର ପୁଲିସ ନାବାଳିକାଙ୍କୁ ତାଙ୍କ ବଡ଼ ଭଉଣୀଙ୍କ ଘରୁ ଉଦ୍ଧାର କରି ମାଜିଷ୍ଟ୍ରେଟ୍‌ ଆଗରେ ୧୬୪ରେ ବୟାନ୍‌ ରେକର୍ଡ କରିଥିଲା। ଆଉ ସେହି ସମୟରେ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ପୀଡ଼ିତା ଧରମ ବିଣୋଇ ବିରଞ୍ଚିଙ୍କ ମୁଖା ଖୋଲିଥିଲେ। ବିଗତ ଦିନରେ ଘଟିଥିବା ଗୋଟି ଗୋଟି କଥା ବଖାଣିଥିଲେ।

ଏହା ପରେ ପୁଲିସ୍‌ ବିଭିନ୍ନ ସଙ୍ଗୀନ ଦଫା ଲଗାଇ ବିରଞ୍ଚିଙ୍କୁ ଗିରଫ କରିଛି। ତାଙ୍କ ନାଁରେ ପୁଲିସ ବାଲ୍ୟବିବାହ, ଘରେ କାମ କରାଇବା, ଦୁଷ୍କର୍ମ ଭଳି ବିଭିନ୍ନ ସଂଗୀନ ଦଫା ଲଗାଇ ଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ ବିରଞ୍ଚି କହିଛନ୍ତି, ମୁଁ ନିର୍ଦ୍ଦୋଷ। କେବଳ ପତ୍ନୀଙ୍କ ଦେହଖରାପ ପାଇଁ ମୁଁ ଘରେ ରଖିଥିଲି। କୌଣସି ଅପରାଧ କରିନି ବୋଲି ସଫେଇ ଦେଇଛନ୍ତି ବିରଞ୍ଚି ବେହେରା।

Related posts

ଇଦ ମିଲାଦୁନ ନବୀ ଉତ୍ସବ ପାଳନ

Odisha Halchal

ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ପ୍ରତାପ ପୋଥେନ୍‌ଙ୍କ ପରଲୋକ

Odisha Halchal

ବିଦ୍ୟୁତ ଯୋଗାଣ ପାଇଁ ଲାଞ୍ଚ ନେଲେ କର୍ମଚାରୀ

Odisha Halchal

Leave a Comment