ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟବସାୟ

କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା

କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା

କଟକ:-(ରିପୋର୍ଟ -ତୁଷାର ଜ୍ୟୋତି ନାୟକ )ରାଜ୍ୟର ବିଭିନ୍ନ ଜିଲାର ପ୍ରସିଦ୍ଧ ସାମଗ୍ରୀ ଜିଆଇ ମାନ୍ୟତା ପାଇବା ପରି କଟକର ବିଶ୍ୱ ପ୍ରସିଦ୍ଧ ତାରକସୀ କାରୁକାର୍ଯ୍ୟକୁ ଜିଆଇ ମାନ୍ୟତା ମିଳିଥିବା ସୂଚନା ମିଳିଛି। ଏଥିନେଇ ଜିଓଗ୍ରାଫିକାଲ ଇଣ୍ଡିକେସନ ଅଫ ରେଜେଷ୍ଟ୍ରି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ତାରକସୀ ଶିଳ୍ପୀଙ୍କ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି।

କଟକ ସହରର ପ୍ରାୟ ୫୦୦ବର୍ଷର ପୁରୁଣା ତାରକସୀ ଶିଳ୍ପର ଦେଶବିଦେଶରେ ବେଶ ଚାହିଦା ରହିଛି। ଏହି ଶିଳ୍ପ ଉପରେ କଟକର ଶହଶହ ଶିଳ୍ପୀ ପରିବାର ନିର୍ଭର କରିଥାନ୍ତି। ରାଜ୍ୟକୁ ଆସୁଥିବା ବିଦେଶୀ ଅତିଥିଙ୍କୁ ସରକାରୀ ଓ ବେସରକାରୀସ୍ତରରେ ରୁପା ତାରକସୀ କାରୁକାର୍ଯ୍ୟର ଉପହାର ଦେଇଥାନ୍ତି। ଓଡ଼ିଶାର ଅନେକ ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଥିବାବେଳେ କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା ମିଳିନଥିଲା। କେନ୍ଦ୍ରାପଡ଼ାର ରସାବଳୀକୁ ଜିଆଇ ମାନ୍ୟତା ମିଳିବା ପରେ କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବାକୁ ବିଭିନ୍ନ ମହଲରେ ଦାବି ଉଠିଥିଲା।

ଏ ସମ୍ପର୍କରେ ବିଧାୟକ ଇଂ ମହମ୍ମଦ ମୋକିମ ମଧ୍ୟ ବିଧାନସଭାରେ ଦାବି ଉଠାଇଥିଲେ। କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବାକୁ ଓଏସ୍‌ଆଇସି ସମର୍ଥନ କରିଥିଲା। ଓଏସ୍‌ଆଇସି ରାଜ୍ୟ ସରକାରଙ୍କୁ ବିଧିବଦ୍ଧଭାବେ ଜଣାଇବା ପରେ ସରକାର ଜିଓଗ୍ରାଫିକାଲ ଇଣ୍ଡିକେସନ ଅଫ ରେଜେଷ୍ଟ୍ରିକୁ କଟକର ପ୍ରସିଦ୍ଧ ରୁପା ତାରକସୀ କାର୍ଯ୍ୟକୁ ଜିଆଇ ମାନ୍ୟତା ଦେବା ନେଇ ଅବଗତ କରିଥିଲେ। ଏ ସମ୍ପର୍କରେ ଆବଶ୍ୟକ କାଗଜପତ୍ର ମଧ୍ୟ ସରକାର ଦାଖଲ କରିଥିଲେ।

Related posts

ବିପୁଳ ମାତ୍ରାରେ କଫସିରଫ ଓ ନିଶା ବଟିକା ଜବତ

Odisha Halchal

କାଳ ବୈଶାଖୀର ତାଣ୍ଡବ

Odisha Halchal

ରାଜନୈତିକ ଆକ୍ରୋଶରୁ ହତ୍ୟା ଅଭିଯୋଗ, ଯୁବକଙ୍କୁ ପିଟିପିଟି ମାରିଦେଲେ

Odisha Halchal

Leave a Comment