ଓଡ଼ିଶା ଖବରଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟବସାୟ

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍, ରବିବାର ପୁଣି ବଢିଲା ଦାମ୍

ଲଗାତର ଭାବେ ବଢିଚାଲିଛି ତେଲଦର । ତେଲ ଦର ପୁଣି ବଢିଛି ।  ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରବିବାର ପଞ୍ଚମ ଦିନ ପେଟ୍ରୋଲ ୫୦ ପଇସା ଓ ଡିଜେଲ ଦର ବୃଦ୍ଧି ୫୫ ପଇସା ଲେଖାଏଁ ବଢ଼ିଛି। ଫଳରେ ଚାରି ଦିନରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୩ ଟଙ୍କା ୭୦ ପଇସା ପର୍ଯ୍ୟନ୍ତ  ମହଙ୍ଗା ହୋଇଛି।

ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ସମୟ ସ୍ଥିର ରଖା ଯାଇଥିଲା। ରାଜ୍ୟମାନଙ୍କରେ ନୂଆ ସରକାର ଗଠନ ସହ ପୁଣି ତୈଳ ଦର ମହଙ୍ଗା ହେବ ବୋଲି ବିରୋଧୀ ଦଳମାନେ କରିଥିବା ପୂର୍ବାନୁମାନ ଏବେ ସତ୍ୟ ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ବଲ୍କ ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ।

ଏନଡି ଟିଭିର ରିପୋର୍ଟ ଅନୁସାରେ, ମୂଲ୍ୟ ବୃଦ୍ଧି ପରେ ଓଡିଶାରେ ପେଟ୍ରୋଲ ଦର ୧୦୫ ଟଙ୍କା  ୭୨ ପଇସା ଥିବା ବେଳେ ଡିଜେଲ ୯୫ ଟଙ୍କା ୫୮ ପଇସା ରହିଛି । ସେହିପରି  ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶନିବାର ୯୯ଟଙ୍କା ୧୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୦ଟଙ୍କା ୪୨ ପଇସା ଦରରେ ବିକ୍ରି ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟରପିଛା ଦର ୧୧୩ଟଙ୍କା ୮୮ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୯୮ଟଙ୍କା ୧୩ ପଇସା ଦରରେ କାରବାର ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୬୨ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୪ ଟଙ୍କା ୫୭ ପଇସା ଦରରେ ବିକ୍ରି ହେଉଛି।

Related posts

ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

Odisha Halchal

ଭୟାବହ ଟ୍ରେନ ଦୁର୍ଘଟଣାର କାରଣ କହିଲେ ମନ୍ତ୍ରୀ

Odisha Halchal

ବିମାନବନ୍ଦରରେ କଡାକଡି ହେଲା କଟକଣା

Odisha Halchal

Leave a Comment