ଅପରାଧଓଡ଼ିଶା ଖବରନ୍ୟୁଜ୍

ନାବାଳିକାଙ୍କୁ କମେଣ୍ଟ ମାରିବା ନେଇ ନାବାଳକକୁ ହତ୍ୟା

ନାବାଳିକାଙ୍କୁ କମେଣ୍ଟ ମାରିବା ନେଇ ନାବାଳକକୁ ହତ୍ୟା

କୋରାପୁଟ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି । ଅଭିଯୁକ୍ତଙ୍କ ଆକ୍ରମଣରେ ନାବାଳିକାଙ୍କ ସହିତ ଥିବା ନାବାଳକଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ, ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ବେଳେ ବାଇକ ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତର ଜୀବନ ଚାଲି ଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗରିଫ କରିବା ସହିତ ଜଣେ ନାବାଳକଙ୍କୁ ଅଟକ ରଖିଥିବା ଏଏସ୍‌ି ବିମଳକାନ୍ତ ବ୍ରହ୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, କୋରାପୁଟ ରଙ୍ଗବାଲି କୁମ୍ଭା ଗ୍ରାମ ଦେଇ ଜଣେ ନାବାଳକ ନିଜ ନାବାଳିକା ବାନ୍ଧବୀଙ୍କୁ ବାଇକରେ ବସାଇ କୋଲାବ ଜଳଭଣ୍ଡାର ଆଡକୁ ଯାଉଥିଲେ । ଏହି ସମୟରେ ଛକରେ ବସି ଖଟି କରୁଥିବା ୩ଜଣ ଯୁବକ ଓ ଜଣେ ନାବଳକ ବାଇକରେ ଥିବା ନାବାଳିକାଙ୍କୁ ଆପତିଜନକ ମନ୍ତବ୍ୟ ଦେବା ପରେ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଏହାକୁ କେନ୍ଦ୍ର କରି ମାରପିଟ ହୋଇଥିଲା । ଏଥିରେ ନାବାଳିକାଙ୍କ ସହିତ ଥିବା ନାବାଳକ ଗୁରୁତର ଆହାତ ହୋଇଥିଲେ ।

ଏହା ଦେଖିବା ପରେ ନାବାଳିକା ଜଣକ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ଏକ ବୋଲେରୋକୁ ଅଟକାଇ ଗୁରୁତର ନାବାଳକକୁ କୋରାପୁଟ ଏସ୍‌ଏଲ୍‌ଏନ୍‌ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପଟେ ନାବାଳକଙ୍କୁ ଆକ୍ରମଣ କରିବା ପରେ ମୁଖ୍ୟ ଅଭିଯୁକ୍ତ (ନାବାଳକ) ଅନ୍ୟ ଜଣେ ଅଭିଯୁକ୍ତଙ୍କ ସହିତ ବାଇକରେ ଚମ୍ପଟ ମାରିବାକୁ ଉଦ୍ୟମ କରିବା ସମୟରେ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ହିଁ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ଅନ୍ୟପଟେ ବିଶାଖାପାଟଣା ଚିକିତ୍ସିତ ହେଉଥିବା ନାବାଳକ ଜଣଙ୍କ ମୃତ୍ୟୁ ଘଟିଛି । ଏନେଇ ମୃତ ନାବାଳକଙ୍କ ବାପା କୋରାପୁଟ ଟାଉନ ଥାନରେ ଏତଲା ଦେବା ପରେ ପୋଲିସ ଛାନଭିନ୍ନ ଆରମ୍ଭ କରିଥିଲା । ଏହି ଘଟଣାରେ ପୋଲିସ ଶିବ ପୁଜାରି ଓ ଦାଶରଥୀଙ୍କୁ ଗିରଫ କରିଛି । ଏଥିସହ ଜଣେ ନାବାଳକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉ ଥିବା କୋରାପୁଟ ଏଏସ୍‌ପି ଶ୍ରୀ ବ୍ରହ୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related posts

ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ 4 ସପ୍ତାହ ହେବ ଇମ୍ୟୁନାଇଜେସନ ସେବା ବନ୍ଦ

Odisha Halchal

ଚିଲିକାରେ ଚାଲିଲା ଭସାପୋଲ, ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଦରିଆରେ ଯାଇଥିଲା ଅଟକି

Odisha Halchal

ଭାରତ, ବ୍ରିଟେନ୍ ସହାୟତାରେ ତିଆରି ହେବ ଶକ୍ତିଶାଳୀ ଯୁଦ୍ଧବିମାନ

Odisha Halchal

Leave a Comment