ଓଡ଼ିଶା ଖବରନ୍ୟୁଜ୍

୨୫ ବର୍ଷର ଜନବସତି ପରେ ମଧ୍ୟ ସଂଘର୍ଷମୟ ଜୀବନ କାଟୁଛନ୍ତି ୧୦ ଟି ସାପୁଆକେଲା ପରିବାର

୨୫ ବର୍ଷର ଜନବସତି ପରେ ମଧ୍ୟ ସଂଘର୍ଷମୟ ଜୀବନ କାଟୁଛନ୍ତି ୧୦ ଟି ସାପୁଆକେଲା ପରିବାର

କଳାହାଣ୍ଡି :-(ରିପୋର୍ଟ :-ଭୋଜରାଜ ବିନାୟକ ସାହୁ )୨୫ ବର୍ଷର ଜନବସତି ପରେ ମଧ୍ୟ ସଂଘର୍ଷମୟ ଜୀବନ କାଟୁଛନ୍ତି ୧୦ ଟି ସାପୁଆକେଲା ପରିବାର ବେଉସା ଛଡେଇନେଲେ ସରକାର, ଦାଦନଖଟି ଟଙ୍କା ପଠେଇଲେ ଚଲୁଛି ପରିବାର ନା ଅଛି ବାସ ଜମି ନା ଅଛି ବାସ ଗୃହ,ଚାଳ ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ପରିବାର କଳାହାଣ୍ଡି ଜିଲ୍ଲାରେ ଜନବସତି ହୋଇ ୨୫ ବର୍ଷ ବିତିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ସଂଘର୍ଷମୟ ଜୀବନ କାଟୁଛନ୍ତି ୧୦ ଟି ସାପୁଆକେଲା ପରିବାର ୧୦୦ ରୁ ଉର୍ଦ୍ଧ୍ବ ଲୋକେ ।

ଏମାନଙ୍କ ପାଇଁ ନା ଅଛି ବସାହେବା ପାଇଁ ଜମି ନା ଅଛି ବାସ ଗୃହ । ସରକାର ବା ବତାସକୁ ନାହଁ ଡର, ମୁଣ୍ଡ ଉପରେ ପକ୍କା ଘର ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହି ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନା ସାତ ସପନ ହୋଇଛି ଚାଳ ଘରେ ଜୀବନ ଅତିବାହିତ କରୁଅଛନ୍ତି ଏହି ପରିବାରମାନେ । ଗୋଲାମୁଣ୍ଡା ବ୍ଲକରୁ ଦେଖିବା ଏହି ରିପୋର୍ଟ ।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଖାଲିଆପାଲି ପଞ୍ଚାୟତର ଗାଁ ଶେଷରେ ୧୦ ଟି ସପୁଆକେଲା ପରିବାର ଜନବସତି କରି ରହିଛନ୍ତି । ଏହି ସାପୁଆକେଲାମାନେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଡ଼ଙ୍ଗରପଡାରୁ ବିଭିନ୍ନ ଗାଁକୁ ଯାଇ ବିଭିନ୍ନ ପ୍ରଜାତିର ନାଗ ସାପ ଦେଖାଇ ପରିବାର ପ୍ରତିପୋଷଣ କରନ୍ତି । ଗତ ୧୯୯୮ ମସିହାରେ ଖଳିଆପାଲି ଗାଁ ଶେଷରେ ଥିବା ଏକ ସରକାରୀ ଜମି ୧୦ ଟି ପରିବାର ଜନବସତି କରିଥିଲେ ।

ଏହି ସପୁଆକେଲା ମାନଙ୍କ ଆଧାର କାର୍ଡ, ଭୋଟର କାର୍ଡ ଥିବା ବେଳେ ଏମାନେ ବିଗତ ୫ ଟି ନିର୍ବାଚନରେ ଭୋଟ ମଧ୍ୟ ଦେଇ ଆସୁଛନ୍ତି । ଜନବସତିର ୨୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଏମାନଙ୍କ ନାମରେ ସରକାରୀ ଜମିଟିଏ ନାହିଁ । ଅନ୍ୟ ପକ୍ଷରେ ଘର ନ ଥିବା ବେଳେ ୨୫ ବର୍ଷ ହେଲା ଚାଳ ଘରେ ଅନେକ ବାଧାବିଘ୍ନକୁ ସମ୍ମୁଖୀନ କରି ରହି ଆସୁଛନ୍ତି ।ଏହି ସପୁଆକେଲାମାନେ ବିଭିନ୍ନ ପ୍ରଜାତିର ନାଗସାପ ଦେଖାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ସରକାର ସାପ ଧାରିବା ଏକ ଧର୍ତ୍ତବ୍ୟ ଅପରାଧ ଓ ଏଥିପାଇଁ ଜେଲ ମଧ୍ୟ ଯାଇ ପାରନ୍ତି ବୋଲି ବାରଣ କଲେ ।।

ସେହି ସମୟରୁ ଏମାନଙ୍କ ବେଉସା ବନ୍ଦ ହୋଇଗଲା । ବର୍ତ୍ତମାନ ଏମାଙ୍କ ପାଇଁ ମନରେଗା ଯୋଜନା ଅପହଞ୍ଚ ହୋଇଛି । ଏମାନଙ୍କ ପରିବାର ମଧ୍ୟରୁ ୪୦ ରୁ ଉର୍ଦ୍ଧ୍ବ ଲୋକେ ଆନ୍ଧ୍ରପ୍ରଦେଶକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଛନ୍ତି । କାହାର ସ୍ତ୍ରୀ ଯାଇଛି ତ କାହାର ସ୍ୱାମୀ, କାହାର ପୁଅ ତ କାହାର ଝିଅ ତ ଆଉ କାହାର ବୋହୁ ଦାଦନ ଖଟିବାକୁ ଯାଇଛନ୍ତି । କେବେ ଏମାନଙ୍କ ପାଇଁ ବିକାଶର ସୂର୍ଯ୍ୟ ଉଇଁବ, କେବେ ବସା ହେବା ପାଇଁ ସରକାରୀ ଜମି ଓ କେବେ ଆବାସ ଯୋଜନାରେ ସାମିଲ ହେବେ ତାହା ଦେଖିବାକୁ ବାକି ରହିଲା ।

Related posts

ଗଞ୍ଜେଇ ଚାଲାଣକାରୀ କନେଷ୍ଟବଳଙ୍କୁ ୧୦ବର୍ଷ କାରାଦଣ୍ଡ

Odisha Halchal

କୋଟି ହୃଦୟର ମଉଡମଣୀ ଗଣକବି ବୈଷ୍ଣବ ପାଣି

Odisha Halchal

ବୁଗୁଡ଼ା ବାନାଞ୍ଚଳ ପକ୍ଷରୁ ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଟ୍ରାକ୍ଟର ଜବତ

Odisha Halchal

Leave a Comment