ଅପରାଧଓଡ଼ିଶା ଖବରନ୍ୟୁଜ୍

ପେଟ୍ରୋଲ ପମ୍ପରେ ତେଲପକାକୁ ନେଇ ଗୁଳିମାଡ଼

ପେଟ୍ରୋଲ ପମ୍ପରେ ତେଲପକାକୁ ନେଇ ଗୁଳିମାଡ଼, ଗୋଡରେ ଗୁଳିବାଜି ଜଣେ ଆହତ

ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ତେଲପକାକୁ ନେଇ ଗୁଳିମାଡ଼, ଗୋଡରେ ଗୁଳିବାଜି ଜଣେ ଆହତ
ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରି ଡକାୟତି ବଢିବା ସହିତ କଥା କଥାକେ ଗୁଳି ଫୁଟିବା ସାମାନ୍ୟ କଥା ହୋଇଗଲାଣି । କଥା କଥାକେ ଦୁର୍ବତ୍ତମାନେ ଗୁଳୁମାଡ଼ କରି ସେମାନଙ୍କ ପତିଆରା ଜାହିର କରିବାକୁ ଚେଷ୍ଟା କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପରେ ଦୁଷ୍କର୍ମକାରୀଙ୍କ ଦ୍ୱାରା ଗୁଳି ଚଳାଇବା ପରେ ଜଣେ ଯୁବକ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ପେଟ୍ରୋଲ ପମ୍ପରେ ଯୁକ୍ତିତର୍କ ପରେ ଅଜ୍ଞାତ ଦୁର୍ବତ୍ତମାନଙ୍କ ଗୁଳି ଚଳାଇଥିଲେ। ଏଥିରେ ଜଣେ ଯୁବକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପେଟ୍ରୋଲ ଷ୍ଟେସନରେ ଥିବା ସିସିଟିଭି ଫୁଟେଜରେ ପୁରା ଘଟଣା କଏଦ ହୋଇଛି। ଖବର ପାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ପୋଲିସ ଦୁଇଟି ଖୋକା ଜବତ କରିବା ସହିତ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଉପସ୍ଥିତ ଅନ୍ୟମାନଙ୍କୁ ପଚରାଉଚରା କରିଛି ।

ସୂଚନା ଅନୁଯାୟୀ ରାତି ପ୍ରାୟ ୧୦ ଟା ୩୦ରେ ଗୋଟିଏ କାରରେ ଥିବା ଦୁଇଜଣ ଯୁବକ ତେଲ ପକାଇବାକୁ ଲାଇନ୍‌ରେ ଥିଲେ ସେପଟେ ଆଉ ଏକ କାର ଧାଡି ଭାଙ୍ଗି ମଝିରେ ପଶି ଆସି ତେଲ ପକାଇଥିଲା। ଏହାକୁ ନେଇ ଧାଡି ଭାଙ୍ଗିଥିବା ଗ୍ରାହକ ଓ ସମ୍ପୃକ୍ତ ଦୁଇ ଯୁବକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ଉକ୍ତ ଯୁବକଦ୍ଵୟ ତେଲ ପକାଉଥିବା କର୍ମଚାରୀ ସିପୁନ ଖୁଣ୍ଟିଆଙ୍କୁ ଗାଳିଗୁଲଜ କରିଥିଲେ।

ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପରେ ସେମାନେ ତେଲ ପକାଇ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ି ପାକିଂ କରି ସହଯୋଗୀଙ୍କୁ ଡାକିଥିଲେ । ୧୦ ମିନିଟ୍ ମଧ୍ୟରେ ୧୦ରୁ ଅଧିକ ଯୁବକ ୩ରୁ ଅଧିକ ବାଇକରେ ଆସି ଅନ୍ୟ ରାସ୍ତାର ଅପରପାର୍ଶ୍ବରେ ଛିଡ଼ା ହୋଇଥିଲେ ସେମାନଙ୍କ ମଧ୍ୟରୁ ୨ଜଣ ଆସି ପୂର୍ବରୁ ଅପେକ୍ଷା କରିଥିବା ୨ ଯୁବକଙ୍କ ସହ ମିଶି ପେଟ୍ରୋଲ କର୍ମଚାରୀ ସିପୁନ୍ ଖୁଣ୍ଟିଆକୁ ରାସ୍ତା ମଝିକୁ ଟେକି ନେଇ ମାଡ଼ ମାରିଥିଲେ ।

 

ଏହାଦେଖ୍ କର୍ମଚାରୀମାନେ ସେଠାକୁ ଦୌଡ଼ି ଯାଇ ସିପୁନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ପିସ୍ତଲ ବାହାର କରି ୨ ରାଉଣ୍ଡ୍ ଗୁଳି ଫୁଟାଇଥିଲେ । ଗୋଟିଏ ରାଉଣ୍ଡ୍ ଲକ୍ଷ୍ୟଚ୍ୟୁତ ହୋଇଥିବାବେଳେ ଅନ୍ୟ ଗୁଳିଟି ନିକଟରେ ଥିବା ବିଶ୍ବଜିତଙ୍କ ଗୋଡରେ ବାଜିଥିଲା । ଥିବା ଲୋକେ ଘେରିଯିବାରୁ ଦୁର୍ବତ୍ତମାନେ ଗାଡ଼ିରେ ଫେରାର ହୋଇଯାଇଥିଲେ ।

Related posts

ରୁଷିଆ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ

Odisha Halchal

ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

Odisha Halchal

ଆଗାମୀ ୩ ଦିନରେ ବୃଦ୍ଧି ପାଇବ ତାପମାତ୍ରା,ରାଜ୍ୟବାସୀଙ୍କୁ ସତର୍କ କରାଇଲେ SRC

Odisha Halchal

Leave a Comment