ଅପରାଧଓଡ଼ିଶା ଖବରନ୍ୟୁଜ୍

ଖଜୁରୀ ରସ କୁ ନେଇ ମହାଭାରତ

ଖଜୁରୀ ରସ କୁ ନେଇ ମହାଭାରତ

ରାୟଗଡା:-(ରିପୋର୍ଟ:-ପ୍ରସାଦ ସାହୁକାର )ରାୟଗଡା ଜିଲ୍ଲାର ଥାନା ଅମ୍ବାଦଳା ଖୋଜୁରୀ ରସ ପିଇଆ କୁ କେନ୍ଦ୍ରକରି ଘଟି ଯାଇଛି ଏକ ମର୍ମନ୍ତୁଦ ହତ୍ୟାକାଣ୍ଡ l ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ଉପାନ୍ତ ଗାଁ ଗୁଡିଖାଳରେ l କୀର୍କେ ମାଝି,ତାସିଲି ମାଝି ଓ ବନେ ମାଝି ସବୁଦିନ ପରି ଗତ କାଲି ମଧ୍ୟ ଖୋଜୁରୀ ରସ ପିଇବା କୁ ଯାଇଥିଲେ l ଖୋଜୁରୀ ଗଛ ତଳେ ବସି ଖୋଜୁରୀ ରସ ପିଇଥିଲେ l

ଖୋଜୁରୀ ରସ ପିଉ ପିଉ ଖୋଜୁରୀ ରସ ବଣ୍ଟନରେ ଉଣା ଅଧିକ ହେବା ଯୋଗୁ ଉପୁଜିଥିଲା ଗଣ୍ଡଗୋଳ l ତାସିଲି ମାଝି ନିଶା ଶକ୍ତ ଅବସ୍ଥାରେ ମୋତେ କମ ଦେଲୁ ବୋଲି ଉତ୍ୟକ୍ତ ହୋଇ କାଠ ଫାଳିଆରେ କରିଥିଲେ ଆକ୍ରମଣ l ଘଟଣା ସ୍ଥଳରେ ହି କିର୍କେ ମାଝୀ ଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା l କିର୍କେ ମାଝିଙ୍କ ପଛପଟ ମସ୍ତିଷ୍କରେ ପ୍ରବଳ ଆଘାତ ଯୋଗୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି l ଆକ୍ରମଣ କାରିଙ୍କୁ ଗିରଫ କରି ଆମ୍ବଦଳା ପୋଲିସ ପଚରାଉଚରା କରୁଛି l ଅନ୍ୟପଟେ ଅଧିକ ତଦନ୍ତ ପାଇଁ ରାୟଗଡର ସାଇଣ୍ଟିଫିକ ଦଳ,ମୁନିଗୁଡା SDPO ଆକାଶ ଚନ୍ଦ୍ର ସାହୁଙ୍କ ସହ ସ୍ଥାନୀୟ ଥାନା ଅଧିକାରୀ କମଳ କାନ୍ତ କହଁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l ପ୍ରକାଶ ଥାଉକି ଆକ୍ରମଣ କାରି ତାସିଲି ମାଝି ରଘୁବାରି ଅଞ୍ଚଳରୁ ଆସି ୪/୫ବର୍ଷ ହେଲା ଗୁଡିଖାଲ ଗ୍ରାମରେ ବସବାସ କରିଆସୁଥିଲା l

ଏହି ହତ୍ୟାକାଣ୍ଡରେ ପୂର୍ବ ଶତ୍ରୁତା ନଥିଲା ବୋଲି ଲୋକେ କୁହାକୁହି ହେଉଛନ୍ତି l କେବଳ ଖୋଜୁରୀ ରସ ପିଇଆ ରୁ ହତ୍ୟାକାଣ୍ଡ ଘଟିଯାଇଛି ବୋଲି ସ୍ଥାନୀୟ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି l ମୃତକ କିର୍କେ ମାଝୀ କୋଇଲା ବିକ୍ରି କରି ତାଙ୍କ ପରିବାର ଚଳାଉଥିଲେ l ବର୍ତ୍ତମାନ ତାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ୩ବର୍ଷର ଝିଅ l ବର୍ତ୍ତମାନ ଏହି ଦୁଇଙ୍କ ଜୀବନ ଅନ୍ଧମୁହାଣୀ କୁ ଠେଲି ହୋଇଯାଇଥିବା କଥା ଚର୍ଚ୍ଚା ହେଉଛି l ଆକ୍ରମଣ କାରିକୁ ନେଇ କେଶ ନଂ ୧୭୬/୨୨ ରେ ହତ୍ୟା ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଳାଇଥିବା ବେଳେ ସବ ବ୍ୟବଚ୍ଛେଦ ପାଇଁ ପଠାଇଛି l

Related posts

‘ରୋୟାଲ ଏନ୍‌ଫିଲ୍ଡ’ର ଗ୍ରାହକଙ୍କୁ ବଡ଼ ଝଟକା, କଂପାନୀ ବଢ଼ାଇଲା ନିଜର ସମସ୍ତ ବାଇକ୍‌ର ଦର

Odisha Halchal

ଚେକର, ମୁନସୀ ଓ ଚପରାଶି ଗଠନ କଲେ ସଂଘ

Odisha Halchal

ଥାନା ସାମ୍ନାରେ କିରୋସିନ ଡାଲି ମହିଳାଙ୍କ ଆତ୍ମହୁତି ଉଦ୍ୟମ

Odisha Halchal

Leave a Comment