ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଝାଡାବାନ୍ତିରେ ୧୦୦ ଜଣ ଆକ୍ରାନ୍ତ

ଝାଡାବାନ୍ତିରେ ୧୦୦ ଜଣ ଆକ୍ରାନ୍ତ

ବଲାଙ୍ଗିର:-(ରିପୋର୍ଟ-ଜନ୍ମେଜୟ ଚନ୍ଦନ)ଝାଡାବାନ୍ତିରେ ୧୦୦ ଜଣ ଆକ୍ରାନ୍ତ ।ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଘସିଏନ ଅଞ୍ଚଳ ରେ ବ୍ୟାପୁଛି ଝାଡାବାନ୍ତି। ଅଞ୍ଚଳର ଘସିଏନ,ଖୁର୍ସେଲ, ଇନପୁର,ଲରମ୍ଭା ଓ କୁତୁର୍ଲାର ଗାଁ ର ପ୍ରାୟ ୧୦୦ ଜଣ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇଥିବା ବେଳେ ୩୨ ଘସିଏନ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଛନ୍ତି l

ଘଟଣା ବିଷୟରେ ଜାଣିବା ପରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଘଟଣାସ୍ଥଳ ରେ ପହଞ୍ଚି ବିଷୟର ଗୁରୁତ୍ୱ ଦେଖି ବଲାଙ୍ଗିର ସିଡ଼ିଏମଓ ଙ୍କୁ ଫୋନକରି ଆକ୍ରାନ୍ତ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ l ଘଟଣାର ଗୁରୁତ୍ୱବୁଝି ବଲାଙ୍ଗିର ଏଡିଏମଓ କୁବେର ମହନ୍ତ ଘସିଏନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଆକ୍ରାନ୍ତମାନଙ୍କ ଚିକିତ୍ସା ବିଷୟରେ ବୁଝିଦେଖିବା ସହ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ଥିତି ଅନୁଧ୍ୟାନ କରିଥିଲେ l

ସମସ୍ତ ଆକ୍ରାନ୍ତ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦେଶ ଦେବା ସହିତ ସ୍ଥିତିଉପରେ କଡା ନଜର ରଖିବା ପାଇଁ ନିର୍ଦେଶ ଦେଇଥିଲେ l ସ୍ୱାସ୍ଥ୍ୟକର୍ମୀ ମାନେ ଲୋକଙ୍କୁ ସଚେତନ କରାଇବା ସହିତ ଆତଙ୍କିତ ନ ହେବା ପାଇଁ ଅନୁରୋଧ କରିଥିଲେ l ଘସିଏନ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ଥ ଡାକ୍ତରଖାନାର କର୍ମକର୍ତ୍ତା ଙ୍କ ଅକ୍ଲାନ୍ତପରିଶ୍ରମ ଯୋଗୁ ବର୍ତ୍ତମାନ ସ୍ଥିତି ଆୟତାଧୀନ ଥିବା କହିଛନ୍ତି ଏଡିଏମଓ କୁବେର ମହନ୍ତ l

Related posts

ଓଲଟିଲା ଗ୍ୟାସ ଟ୍ୟାଙ୍କର, ଯାତାୟାତ ବାଧାପ୍ରାପ୍ତ , ବିଦ୍ୟୁତ ବିଛିନ୍ନ ସହ ଅଞ୍ଚଳରେ ରୋଷେଇ ବନ୍ଦ

Odisha Halchal

ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ

Odisha Halchal

ଦୀର୍ଘଦିନ ଧରି ଫେରାର ଅପରାଧୀ ଗିରଫ

Odisha Halchal

Leave a Comment