ଓଡ଼ିଶା ଖବରନ୍ୟୁଜ୍

ଗୋବରାରେ ଶରତ ଚନ୍ଦ୍ର ରଥଙ୍କ ସ୍କୃତି ଚାରଣ

ଗୋବରାରେ ଶରତ ଚନ୍ଦ୍ର ରଥଙ୍କ ସ୍କୃତି ଚାରଣ

ବେଲଗୁଣ୍ଠା:-(ରିପୋର୍ଟ:-ମଦନମୋହନ ବିଶ୍ବାଳ) ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ବୈକୁଣ୍ଠନାଥ ମନ୍ଦିର ପରିସରରେ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା ଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ସାହିତ୍ୟିକ, କବି, କଳାକାର, ବୈଦ୍ୟ ସ୍ଵର୍ଗତ ଶରତ ଚନ୍ଦ୍ର ରଥଙ୍କ ଦ୍ବାଦଶାହ ଅବସରରେ ଏକ ‘ସ୍କୃତି ଚାରଣ ସମାରୋହ’ ଅନୁଷ୍ଠିତ ହୋଇଯାଇଛି ।

‌ ‍ ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ଶିକ୍ଷାବିତ୍ ଲିଙ୍ଗରାଜ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵର୍ଗତ ରଥଙ୍କ ସ୍କୃତି ଚାରଣ କରି ତାଙ୍କ ମହାନ କାର୍ଯ୍ୟର ଗୁଣଗାନ କରିବା ବେଳେ ଓକିଲ ଗୋପାଳ କୃଷ୍ଣ ବିଷୋୟୀ ମୁଖ୍ୟ ଵକ୍ତା ଏବଂ ଓକିଲ ଅଭିମନ୍ୟୁ ଗୈାଡ, ଶିକ୍ଷାବିତ ଅଭିମନ୍ୟୁ ପଣ୍ଡା, ସମ୍ବାଦ ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇ, ସେବା ସମବାୟ ସମିତି ସଭାପତି ରଙ୍କନିଧି ସ୍ଵାଇ, ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ସଭାପତି କୁଞ୍ଜବିହାରୀ ନାୟକ, ପୂର୍ବତନ ସରପଂଚ ଚନ୍ଦ୍ରଶେଖର ନାୟକ, ବୈଦ୍ୟ ଦିଲ୍ଲିପ କୁମାର ସ୍ଵାଇଁ, ରାଧାକୃଷ୍ଣ ପାଠାଗାର ସଭାପତି ନାରାୟଣ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ରଥଙ୍କ ବହୁମୁଖି ପ୍ରତିଭାର ସମସ୍ତ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାଟ୍ୟକାର ପ୍ରଫୁଲ୍ଲ ବେହେରା, କବି ଚନ୍ଦ୍ରମଣି ଲେଙ୍କା, ଶିକ୍ଷାବିତ ପଦ୍ମ ଚରଣ ପ୍ରଧାନ, ସଙ୍ଗଠକ ଭଞ୍ଜ କିଶୋର ପ୍ରଧାନ, ଗୋବରା ବରିଷ୍ଠ ନାଗରିକ ମଞ୍ଚ ସଭାପତି ନିକୁଞ୍ଜ ବିହାରୀ ଖଣ୍ଡୁଆଳ, କବି ଜଗତ ମୋହନ ରଥ, ଶିଶିର କୁମାର ନାୟକ ପ୍ରମୁଖ ଶ୍ରୀଯୁକ୍ତ ରଥଙ୍କ ସ୍କୃତି ଚାରଣ କରିଥିଲେ ।

‌ କଳାକାର ଦଣ୍ଡପାଣି ଵରାଡ ଓ ସାଥି ପ୍ରାରମ୍ଭିକ ଓ ଉଦଯାପନ ସଙ୍ଗୀତ ଗାନ କରିଥିବା ବେଳେ ପଣ୍ଡିତ ସୁରେନ୍ଦ୍ର ପାତ୍ର ଵେଦପାଠ କରିଥିଲେ । ପରିଷଦର ସମ୍ପାଦକ ଦିବ୍ୟ ଲୋଚନ ଵିଶ୍ବାଳ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଵା ବେଳେ ଶେଷରେ କବି ଶିଶିର କାନ୍ତ ସ୍ଵାଇ ଧନ୍ୟବାଦ ଅର୍ପଣ କରିଥିଲେ । ‍ ‌ ‌ ସ୍ବର୍ଗତ ରଥଙ୍କୁ ଅମର ରଖିବା ନିମନ୍ତେ ପ୍ରତିବର୍ଷ ବିଭିନ୍ନ ଦିଗରେ ସମାଜ ତଥା ରାଷ୍ଟ୍ର ପାଇଁ କାର୍ଯ୍ୟ କରିଆସୁଥିବା କିଛି ମହାନ ପ୍ରତିଭାବାନ ବ୍ୟକ୍ତିଙ୍କୁ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷୀରେ ୨୦୨୨ ମସିହା ସକାଶେ ବୈଦ୍ୟ ଦିଲ୍ଲିପ କୁମାର ସ୍ଵାଇଁଙ୍କୁ “ଶରତ ଚନ୍ଦ୍ର ରଥ ବୈଦ୍ୟ ରତ୍ନ ସମ୍ମାନ-୨୦୨୨’, ବିଶିଷ୍ଟ କବି ଚନ୍ଦ୍ରମଣି ଲେଙ୍କାଙ୍କୁ “ଶରତ ଚନ୍ଦ୍ର ରଥ କବି ରତ୍ନ ସମ୍ମାନ-୨୦୨୨”, ବିଶିଷ୍ଟ ନାଟ୍ୟକାର ପ୍ରଫୁଲ୍ଲ ବେହେରାଙ୍କୁ “ଶରତ ଚନ୍ଦ୍ର ରଥ ନାଟ୍ୟ ରତ୍ନ ସମ୍ମାନ-୨୦୨୨”‘ ଏବଂ ବିଶିଷ୍ଟ ସମାଜସେବୀ ନରହରି ଗନ୍ତାୟତଙ୍କୁ “ଶରତ ଚନ୍ଦ୍ର ରଥ ସେବକ ରତ୍ନ ସମ୍ମାନ-୨୦୨୨” ରେ ଅତିଥି ମାନଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଘୁମୁସରର ବିଭିନ୍ନ ଅଞ୍ଚଳରୁ ବହୁ ବ୍ୟକ୍ତି ଯୋଗଦାନ କରିଥିଲେ ।

Related posts

ମହିମାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ

Odisha Halchal

ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

Odisha Halchal

କ୍ୟାଟ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ବିକି, ପ୍ରେଗନେନ୍ସିକୁ ନେଇ ଉଠିଲା ଚର୍ଚ୍ଚା

Odisha Halchal

Leave a Comment