ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ମାଥିଲି ପୋଲିସକୁ ମିଳିଛି ସଫଳତା

ମାଥିଲି ପୋଲିସକୁ ମିଳିଛି ସଫଳତା

ମାଲକାନଗିରି:- (ରିପୋର୍ଟ- କ୍ରିଷ୍ନପଦ ରାୟ) ମାଥିଲି ପୋଲିସ କୁ ମିଳିଛି ସଫଳତା ମାଥିଲି ଗୋବିନ୍ଦପାଲ୍ଲି ଚେକପୋଷ୍ଟ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ କାରକୁ ବିଶେଷ ସୂତ୍ରରୁ ଖବର ପାଇଁ ମାଥିଲି ପୋଲିସ ପକ୍ଷରୁ ଗୋଟିଏ ନୀଳ ରଙ୍ଗର ହୁଣ୍ଡେଇ ଆଇ ୨୦ କାରକୁ ଅଟକାଇ ଥିଲେ । ଯାଞ୍ଚ୍ କରିବାରୁ କାର ଭିତରୁ ୩୦ କିଲୋ ଗଞ୍ଜେଇ ବେଆଇନ ଚୋରାଚାଲାଣ କରୁଥିଲେ।

ତେବେ ପୋଲିସ ପକ୍ଷରୁ ଜବତ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତ ଙ୍କୁ ମଧ୍ୟ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛନ୍ତି। ୪ ଅଭିଯୁକ୍ତ ମଧ୍ୟରେ ୩ ଜଣ କେରଲ ରାଜ୍ୟର ଇରଶାଦ କେ. (୩୦) ବିବିନ ସିଏସ (୩୩) ବାବୁ କେ. (୪୧) ରହିଥିବା ବେଳେ, ଜଣେ ଚିତ୍ରକୋଣ୍ଡା ଅଞ୍ଚଳର ନୂଆଗୁଡ଼ା ଗ୍ରାମର ସୁରେଶ ଖିଲ (୩୫) ବୋଲି ଜଣାପଡ଼ିଛି କାରଟିର ନମ୍ବର୍ କେ.ଏଲ.୫୭.ୱଇ ୯୪୬୦ ରହିଛି।

ଏଥିସହିତ ଅଭିଯୁକ୍ତ ଙ୍କ ପାଖରୁ ନଗଦ ୧୫୯୦/- ଟଙ୍କା ୪ଟି ମୋବାଇଲ ଫୋନ କିଛି ଏଟିଏମ୍ ଏବଂ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଲିସ ପକ୍ଷରୁ ଜବତ କରାଯାଇଛିା। ଅଭିଯୁକ୍ତ ଙ୍କ କହିବା ଅନୁସାରେ ଜବତ ଗଞ୍ଜେଇ ମାଲକାନଗିରି ରୁ କେ୍ରାଲ ରାଜ୍ୟ କୁ ଚାଲାଣ କରାଯାଉଥିଲା। ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଦେବଦର ମଲ୍ଲିକ କହିଛନ୍ତି।

Related posts

ନକଲି ମଦ କାରଖାନା ଉପରେ ଚଢାଉ

Odisha Halchal

ମିଶନ ଶକ୍ତି ମହିଳାଙ୍କ ଉନ୍ନତି ନା ରେ ହାରିଲୁଟ

Odisha Halchal

ଧାନକିଣାରେ କାଟ ଓ ଚାଉଳ କାଟର ପ୍ରତିବାଦରେ ବୌଦ୍ଧ ବିଜୁ ଜନତା ଦଳ

Odisha Halchal

Leave a Comment