ଅପରାଧଓଡ଼ିଶା ଖବରନ୍ୟୁଜ୍

ସୀମା ଟପୁଛି ଅପରାଧ: ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡି ଫିଙ୍ଗିଦେଲେ

ରାଜ୍ୟରେ ଦିନକୁ ଦିନ ସୀମା ଟପୁଛି ଅପରାଧ । ବିଶେଷ ଭାବରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ସବୁଠାରୁ ବଡ଼ ସମସ୍ୟା ହୋଇ ଛିଡା ହୋଇଛି । ରାଜ୍ୟରେ ପ୍ରତିଦିନ ମହିଳା ମାନେ ଅତ୍ୟାଚାରର ଶିକାର ହେଉଥିବା ବେଳେ କେଉଁଠି ତାଙ୍କୁ ମାରି ପୋତି ଦିଆଯାଉଛି ତ ଆଉ କେଉଁଠି ଅତି ନିର୍ମମ ଭାବରେ ହତ୍ୟା କରା ପୋଡି ଦିଆଯାଉଛି ।

କଳାହାଣ୍ଡି ଜିଲ୍ଲାରେ ଘଟିଛି ସେମିତି ଏକ ବିଭତ୍ସ ହତ୍ୟାକାଣ୍ଡ । ଆଜି ଜୁନାଗଡ଼ ସହର ନିକଟ ମେରିଆବନ୍ଦଲି ନିକଟରୁ ଏକ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି । ଏହି ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇ ତାଙ୍କୁ ପୋଡି ଦିଆଯାଇଥିବା ପୋଲିସ୍ ସନ୍ଦେହ ପ୍ରକାଶ କରୁଛି ।

ତେବେ ମହିଳା ଜଣଙ୍କ ପରିଚୟ ଏବେବି ଅସ୍ପଷ୍ଟ ରହିଛି । ମହିଳାଙ୍କ ପରିଚୟ ଖୋଜିବା ପାଇଁ ପୋଲିସ୍ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ବେଳେ ଫରେନ୍ସିକ୍ ତଦନ୍ତ ପାଇଁ ବଲାଙ୍ଗିରରୁ ଫରେନ୍ସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Related posts

ସେବା ଅନୁଷ୍ଠାନ ତରଫ ରୁ କମ୍ବଳ ବଣ୍ଟନ

Odisha Halchal

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

Odisha Halchal

ଜନତାଙ୍କୁ ମହଙ୍ଗା ମାଡରୁ ମିଳୁନି ମୁକ୍ତି

Odisha Halchal

Leave a Comment