ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଲଘୁଚାପ ନିଶ୍ଚିତ ହେବ ହେଲେ ବାତ୍ୟା ଚିତ୍ର ଅସ୍ପଷ୍ଟ ରହିଛି

ଲଘୁଚାପ ନିଶ୍ଚିତ ହେବ ହେଲେ ବାତ୍ୟା ଚିତ୍ର ଅସ୍ପଷ୍ଟ ରହିଛି

ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି । ଦକ୍ଷିଣ ଆଣ୍ଡାମାନ ସାଗରରେ ୪ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କଳକ୍ରମେ ଘନୀଭୂତ ହୋଇ ୬ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବ ।

ତେବେ ଲଘୁଚାପ ହେବା ପରେ ଏହା କେତେ ଘନୀଭୂତ ହେବ ସେନେଇ ଏବେଠୁ କହିହେବ ନାହିଁ । ବାତ୍ୟା କେତେ ପ୍ରଭାବୀ ହେବ, କେଉଁଠି ଲ୍ୟାଣ୍ଡଫଲ୍ କରିବ ଏବେ କହିହେବ ନାହିଁ । ବିଭିନ୍ନ ମଡେଲ ଅନୁସାରେ ବାତ୍ୟା ହେବା ସମ୍ଭାବନା ରହୁଥିବା କହିଛନ୍ତି ଆର.କେ ଜେନାମଣି ।

ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ଦକ୍ଷିଣ ଆଣ୍ଡାମାନ ସାଗରର ଉପଗ୍ରହ ଚିତ୍ର । ଏହି ସାଟେଲାଇଟ ଇମେଜରୁ ଜଣାପଡୁଛି ସମୁଦ୍ର ଭିତରେ କିପରି ହଲଚଲ ସୃଷ୍ଟି ହୋଇଛି । ଆଣ୍ଡାମାନ ସାଗର ଭିତର କିଭଳି ଅଶାନ୍ତ ହୋଇଛି ।

ଭାରତୀୟ ପାଣିପାଗ ଆକଳନ ଅନୁସାରେ ଏହାର ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୬ ତାରିଖରେ ସୃଷ୍ଟି ହେବ ଲଘୁଚାପ ।

Related posts

ଅଟୋ ମଧ୍ୟରେ ଯୁବକ ଙ୍କ ଶବ ଉଦ୍ଧାର

Odisha Halchal

ମାଓବାଦୀ ନା ରେ ଚାନ୍ଦା ଆଦାୟ ଓ ଜଳା ପୋଡ଼ା ସନ୍ଦେହରେ ୫ ନକଲି ମାଓବାଦୀ ଗିରଫ

Odisha Halchal

ପଟି ମାଲିକ ଙ୍କ ସହ ପୋଲିସ ବାବୁ ଙ୍କ ମଧୁଚନ୍ଦ୍ରିକା

Odisha Halchal

Leave a Comment