ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଯୁକ୍ତ ତିନି କଲେଜରୁ ଅଲଗା ହେବ ଯୁକ୍ତଦୁଇ ଶ୍ରେଣୀ

ଯୁକ୍ତ ତିନି କଲେଜରୁ ଅଲଗା ହେବ ଯୁକ୍ତଦୁଇ ଶ୍ରେଣୀ

ଗଣଶିକ୍ଷା ବିଭାଗ ଅଧିନରେ ଥିବା ମାଧ୍ୟମିକ ସ୍କୁଲମାନଙ୍କରେ ଥିବା ଖାଲି ପଦ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ସେହିପରି ଯୁକ୍ତଦୁଇ କଲେଜମାନଙ୍କରେ ମଧ୍ୟ ନିଯୁକ୍ତି ନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)କୁ ଦାୟିତ୍ୱ ଦିଆଯାଇଛି । ଏହା ମଧ୍ୟରେ ୧୫୪୩ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ନିଯୁକ୍ତି ପାଇଁ ମଞ୍ଜୁରୀ ମିଳିସାରିଥିବା ବେଳେ ଆଗକୁ ୩୬୭ଟି ପିଜିଟି ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହେବ ।

ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ରାଜ୍ୟ ସରକାର ଯୁକ୍ତ ଦୁଇ ଓ ଯୁକ୍ତ ତିନି ମିଶ୍ରିତ ଭାବେ ରହିଥିବା କଲେଜଗୁଡ଼ିକର ପୃଥକୀକରଣ ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଯୁକ୍ତ ତିନି କଲେଜରୁ ଯୁକ୍ତଦୁଇ ଶ୍ରେଣୀକୁ ସମ୍ପୂର୍ଣ୍ଣ ଭାବେ ଅଲଗା କରି ଦିଆଯିବ । ତେବେ ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ପ୍ରକ୍ରିୟା ଆରମ୍ଭ ହେବ ।

ସୂଚନାଯୋଗ୍ୟ ଯେ, ଡିଗ୍ରୀ କଲେଜ ପରିସରରୁ ଯୁକ୍ତଦୁଇ ଶ୍ରେଣୀକୁ ଅଲଗା ନେଇ ଗତ ଅଗଷ୍ଟ ମାସରେ ଚର୍ଚ୍ଚା ହୋଇଥିଲା । ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ବୈଠକରେ ଏହା ଉପରେ ଆଲୋଚନା କରାଯିବ ବୋଲି କୁହାଯାଇଥିଲା । ଯୁକ୍ତଦୁଇକୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଢାଞ୍ଚାରେ ହାଇସ୍କୁଲ ପରିସରରେ ସାମିଲ କରାଯିବା ସହ ଶିକ୍ଷାଦାନ କରାଯିବ ବୋଲି କୁହାଯାଇଥିଲା । ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ବୋଲି କୁହାଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ଟି କଲେଜକୁ ପୃଥିକୀକରଣ କରାଯାଇଛି । ଏ ଦିଗରେ ଜମି ଓ ଭିତ୍ତିଭୂମି ସମସ୍ୟା ବାଧା ସୃଷ୍ଟି କରୁଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୃଥିବୀକରଣ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଗଣଶିକ୍ଷା, ଉଚ୍ଚଶିକ୍ଷା, ଅର୍ଥ, ପଞ୍ଚାୟତିରାଜ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

 

Related posts

ଆଗକୁ ଆହୁରି ବଢ଼ିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha Halchal

୧୫୬ କିଲୋଗ୍ରାମ ଗଞ୍ଜେଇ ଜବତ

Odisha Halchal

ଆଉ ଏକ ପ୍ରେମ ପ୍ରତାରଣା ର କଳା କାହାଣୀ

Odisha Halchal

Leave a Comment