ଖେଳଦେଶ ବିଦେଶନ୍ୟୁଜ୍

କଣ ପାଇଁ ହାରିଲା ଭାରତ ଶ୍ରୀଲଙ୍କା ଠାରୁ

କଣ ପାଇଁ ହାରିଲା ଭାରତ ଶ୍ରୀଲଙ୍କା ଠାରୁ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି ୨୦ରେ ୨୦୬ ରନର ପାହାଡ଼କୁ ପିଛା କରିବାକୁ ଯାଇ ଭାରତ ୮ ୱିକେଟ ହରାଇ ୧୯୦ ରନ୍ ସଂଗ୍ରହ କରିବାକୁ ସକ୍ଷମ। ସୂର୍ୟ୍ୟକୁମାର ଓ ଅକ୍ଷରଙ୍କ ଲଢ଼ୁଆ ବ୍ୟାଟିଂ ଦଳର ବିଜୟ ପାଇଁ ଯଥେଷ୍ଟ ନଥିଲା । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ସିଂହଳି ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ । ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଥିବା ବେଳେ ଆସନ୍ତା ୭ ତାରିଖରେ ରାଜକୋଟରେ ଅନ୍ତିମ ମ୍ୟାଚ ଖେଳାଯିବ ।

ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ୬ ୱିକେଟରେ ୨୦୬ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଦଳ ପକ୍ଷରୁ କୁସଲ ମେଣ୍ଡିସ ଓ ଅଧିନାୟକ ଦାସୁନ ଶନାକା ଉଭୟେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । କୁସଲ ମାତ୍ର ୩୧ଟି ବଲରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୫୨ ରନ୍ ହାସଲ କରିଥିବା ବେଳେ ଶନାକା ୨୨ଟି ବଲରୁ ୨ଟି ଚୌକା ଓ ୬ଟି ଛକା ସହାୟତାରେ ୫୬ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଉମ୍ରାନ ମଲ୍ଲିକ ୩ଟି, ଅକ୍ଷର ପଟେଲ ୨ଟି ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ ହାସଲ କରିଥିଲେ ।

ଜବାବରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟ ଘଟିଥିଲା । ମାତ୍ର ୨୧ ରନରେ ଦଳ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ ସୂର୍ୟ୍ୟକୁମାର ଯାଦବ ଓ ଅକ୍ଷର ପଟେଲ ଉଭୟେ ଅର୍ଦ୍ଧଶତକ ହାସଲ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶନାକା ୨ଟି, କସୁନ ରଜିଥା ୨ଟି, ଦାସୁନ ଶନାକା ୨ଟି, ଚାମିକା କରୁଣାରତ୍ନେ ୧ଟି, ୱାନିନ୍ଦୁ ହସରଙ୍ଗା ୧ଟି ୱିକେଟ ଅକ୍ତିଆର କରିଥିଲେ ।ସୂର୍ୟ୍ୟକୁମାର ଯାଦବ ଓ ଅକ୍ଷର ପଟେଲ ଙ୍କ ଲଢୁଆ ବ୍ୟାଟିଂ ଭାରତକୁ ହାରିବାରେ ବଞ୍ଚାଇ ପାରିନଥିଲା ।

Related posts

ବ‌ଙ୍ଗୋମୁଣ୍ଡାରେ ୧୪୪ ଧାରା

Odisha Halchal

ମହିଳା ଙ୍କ ମୃତ୍ୟୁ ଉତ୍ୟକ୍ତ ଗ୍ରାମବାସୀ ଙ୍କ ପକ୍ଷରୁ ରାସ୍ତା ଅବରୋଧ

Odisha Halchal

ବେଆଇନ ପାର୍ଟି ଓ ରେଭ ପାର୍ଟି ଉପରେ ବି ପୁଲିସର ନଜର

Odisha Halchal

Leave a Comment