ଅପରାଧଓଡ଼ିଶା ଖବରନ୍ୟୁଜ୍

ଖଜୁରିଆ ଗ୍ରାମରୁ ୪ କେଜି ୭ଶହ ଗଞ୍ଜେଇ ଜବତ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ମହିଳା ଗିରଫ

ଖଜୁରିଆ ଗ୍ରାମରୁ ୪ କେଜି ୭ଶହ ଗଞ୍ଜେଇ ଜବତ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ମହିଳା ଗିରଫ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ,ବ୍ରାଉନସୁଗାର ଆଦି ମାଦକ ଦ୍ରବ୍ୟର ଚୋରା ଚାଲାଣ ବହୁଳ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଏହି କିଛି ଦିନ ହେବ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ରାଉନ ସୁଗାର କାରବାରରେ ଲିପ୍ତ ଅପରାଧୀମାନଙ୍କୁ ଗିରଫ କରାଯାଇଛି ।

ଏହି କ୍ରମରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ହେଉଥିବାର ଖବର ପାଇ ଜିଲ୍ଲା ଅବକାରୀ ସୁପରିଟେଣ୍ଡେ୍‌ଂଟ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପକ୍ଷରୁ ହିନ୍ଦୋଳ ଥାନା କର୍ଣ୍ଣପୁର , ଖଜୁରିଆ ଗ୍ରାମରେ ପ୍ରଦୀପ ସାହୁଙ୍କ ଘରେ ଚଢାଉ କରାଯାଇ ୪କେଜି ୭ଶହ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ତାଙ୍କ ପତ୍ନୀ ବବିତା ସାହୁଙ୍କୁ ଗିରଫ କରାଯାଇଛି ।

ଏ ନେଇ ଅବକାରୀ ବିଭାଗ ପକ୍ଷରୁ ୮୩/ ୨୦୨୨ରେ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ବବିତାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଜାମିନ ନା ମଞ୍ଜୁର ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବାର ଜଣାପଡିଛି । ଏହି ଚଢାଉରେ ଫ୍ଲାଇଙ୍ଗ ସ୍ୱାର୍ଡ ଇନିସ୍ପେକ୍ଟର ବିବେକାନନ୍ଦ ପିରେଇ, ସବଇନିସ୍ପେକ୍ଟର ଲକ୍ଷସାଧବ ପ୍ରଧାନ, ହେମନ୍ତ ମହାନନ୍ଦିଆ,ଏଏସଆଇ ସନ୍ତୋଷ ସ୍ୱାଇଁ, ହିନ୍ଦୋଳ ଥାନା ଅଧିକାରୀ ସମୀର କୁମାର ମହାଳିକ ପ୍ରମୁଖଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ ।

Related posts

ହ୍ରିତିକ୍‌ଙ୍କ ପରିବାର ସବା ଆଜାଦଙ୍କର ନେଉଛନ୍ତି ବିଶେଷ ଯତ୍ନ, ଅଭିନେତ୍ରୀ ସେୟାର କଲେ ଫଟୋ

Odisha Halchal

ଠିକାଦାର ଓ ଯନ୍ତ୍ରୀଙ୍କର ମଧୁ ଚନ୍ଦ୍ରିକାରେ ସାଧାରଣ ଜନତା ହନ୍ତସନ୍ତ

Odisha Halchal

ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀ ଗିରଫ

Odisha Halchal

Leave a Comment