ଓଡ଼ିଶା ଖବରନ୍ୟୁଜ୍

ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ 4 ସପ୍ତାହ ହେବ ଇମ୍ୟୁନାଇଜେସନ ସେବା ବନ୍ଦ

ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ 4 ସପ୍ତାହ ହେବ ଇମ୍ୟୁନାଇଜେସନ ସେବା ବନ୍ଦ

ରାୟଗଡା:-(ରିପୋର୍ଟ:- ପ୍ରସାଦ ସାହୁକାର)ଜଣେ ଏନ ଏମ ଙ୍କ ଅନୁପସ୍ଥିତି ଯୋଗୁଁ ଇମ୍ୟୁନାଇଜେସନ ସେବା ଠପ ଲୋକମାନେ ବିପଦରେ | ଏହି ବୁଧବାର ସାଙ୍ଗକୁ 4 ପାଳି ହେବ ଏହି ସେବାରୁ ବଂଚିତ ହେଇଛନ୍ତି ପ୍ରାୟ 5 ହଜାରରୁ ଅଧିକ ଲୋକ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ପଞ୍ଚାୟତ ଅଧୀନରେ ଥିବା ଢ଼େପଗୁଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ | ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପ୍ରତେକ ପଂଚାୟତରେ ଭ୍ରାମ୍ୟମାଣ ଇମ୍ୟୁନାଇଜେସନ ଅର୍ଥାତ ସୁନ ବର୍ଷରୁ 5 ବର୍ଷର ପିଲାଙ୍କୁ ଅନେକ ପ୍ରକାର ଟୀକା ପ୍ରଦାନ କରାଯାଇଥାଏ |

କାରଣ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଡାକଡି ଭାବରେ ଶିଶୁ ମୃତ୍ୟୁ ହାର ଓ ଅପ ପୃଷ୍ଟିପାଇଁ ସତର୍କତା ଅବଲମ୍ବନ କରି ଗୋଟିଏ ଲେଖାଏଁ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି ଜଣେ ଲେଖାଏଁ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ଦେଇଛନ୍ତି | କିନ୍ତୁ ଏହି କେନ୍ଦ୍ରରେ ଏହି ବୁଧବାର ସହ ଚାରି ବାର ହେବ ସ୍ୱାସ୍ଥ୍ୟ ସେବା ସହ ଅନ୍ୟ ସହାୟକ କାର୍ଯ୍ୟକ୍ରମ ମାନ ବନ୍ଦ ରହିଛି | ଏହି କେନ୍ଦ୍ରରରେ ରଶ୍ମି ନାମକ ଏକ ମହିଳା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଛନ୍ତି କିନ୍ତୁ କୌଣସି କାରଣ ବଶତଃ ସେ ଅନୁପସ୍ଥିତି ରହିଥିବାରୁ ଏହି ସେବା ପାଇବାରେ ଲୋକମାନେ ବଂଚିତ ହେଉଛି | ଏନେଇ ବି ପି ଏମ କୈଳାସ କୁମାର ନୟାକଙ୍କୁ ପଚାରିବାରୁ ଏହା ରଙ୍ଗ ନମ୍ବର କହି ଫୋନ କାଟି ଦେଇ ଅସହଯୋଗ କରିଥିଲେ |

ଏନେଇ ଗ୍ରାମବାସୀ ବିଶ୍ୱନାଥ କାଡ୍ରାକା, ରାମ କାଡ୍ରାକା, ପୂର୍ବତନ ୱାର୍ଡ ସଭ୍ୟ ସୁବାଷ ଗୌଡ଼, ପ୍ରସାଦ ପେରିସିକା, ଲଛିଗା କାଡ୍ରାକା ପ୍ରମୁଖ କହିଛନ୍ତି କି ସଠିକ ଭାବରେ ସ୍ୱାସ୍ଥ୍ୟସେବା ଦେବାରେ ଏହି ଉପ କେନ୍ଦ୍ର ବିଫଳ ହେଇଛି ସୁନ୍ଦର ସ୍ୱାସ୍ଥ୍ୟ ଓ ଅପ ପୁଷ୍ଟି ହଟିବ କଣ ବଢୁଛି ସରକାରଙ୍କ ଜନ୍ମ ନିୟନ୍ତ୍ରଣ ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହେଉଥିବାରୁ ଶିଶୁଙ୍କ ସଂଖ୍ୟା କମି ଯାଉଛି ଏଭଳି ଅବହେଳା ହେଉଥୁବାରୁ ବିପଦରେ ଶିଶୁ ଓ ଗର୍ଭବତି ମହିଳା ତେଣୁ ଯଥା ଶୀଘ୍ର ଇମ୍ୟୁନାଇଜେସାନ କାମ ଆରମ୍ଭ କରାଯାଉ ନଚେତ ଆଗାମୀ ଦିନରେ ବିପଦ ପଡିପାରେ | ଏନେଇ ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଶ୍ରୀ ଜେନା ବାବୁ ଙ୍କ ସହ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହେଇ ପାରି ନଥିଲା ସେ କଥାରେ ଅଛି ଘରେ ନ ପଶୁଣୁ ଚାଳ ବାଜିଲା ଭଳି ହେଇଛି ଯଥା ଶୀଘ୍ର ଏହି ବିଷୟକୁ ଗୁରୁତର ସହ ଗ୍ରହଣ କରାଯାଉ |

Related posts

ଦୁର୍ବଳ ହେଉଛି ବାତ୍ୟା ଅସାନି, ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା

Odisha Halchal

ଶିଶୁ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା

Odisha Halchal

ମହାନଦୀ କୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା

Odisha Halchal

Leave a Comment