ଓଡ଼ିଶା ଖବରନ୍ୟୁଜ୍

ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ନିରବଚ୍ଛିନ ବିଦ୍ୟୁତ ଯୋଗାଣ

ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ନିରବଚ୍ଛିନ ବିଦ୍ୟୁତ ଯୋଗାଣ

ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ । ଏନେଇ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ନିରବଚ୍ଛିନ ବିଦ୍ୟୁତ ଯୋଗାଣ ଦେବାକୁ କୁହାଯାଇଛି । ତେବେ ହିଟୱେଭ୍ ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟୁତ ବିତରଣ କମ୍ପାନୀଗୁଡିକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ରାଜ୍ୟରେ ଅସହ୍ୟ ତାତି ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହୁଛି । ଏହାସହିତ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୫ ଜିଲ୍ଲାକୁ ହିଟୱେଭ୍ ଜାରି କରାଯାଇଛି ।

Related posts

ନଭେମ୍ବରରେ ପୁଣି ଏକ ଘୂର୍ଣ୍ଣିବଳୟ, ୭ ସୁଦ୍ଧା ଏହା ନେଇପାରେ ଲଘୁଚାପ ରୂପ

Odisha Halchal

ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା

Odisha Halchal

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Odisha Halchal

Leave a Comment