ଓଡ଼ିଶା ଖବରଖେଳନ୍ୟୁଜ୍

ଶେଷ ହେଲା ଆଇପିଏଲ ଢଙ୍ଗରେ ଏମ୍.ପି.ଏଲ

ଶେଷ ହେଲା ଆଇପିଏଲ ଢଙ୍ଗରେ ଏମ୍.ପି.ଏଲ

ମାଲକାନଗିରି:-(ରିପୋର୍ଟ:-କ୍ରିଷ୍ଣପଦ ରାୟ)ସଦରମହକୁମା ଦଣ୍ଡକାରଣ୍ୟ ଖେଳ ପଡ଼ିଆ ଠାରେ ଏମପିଏଲ ତଥା ମାଲକାନଗିରି ପ୍ରିମିୟର ଲିଗର ନିର୍ଣ୍ଣାୟକ ମେଚ ଢାଲ ବରିଅରସ୍ ବୈପାରିଗୁଡା ଏବଂ ଉତ୍ତମ ମଲ୍ଲିକ 369 ମଧ୍ୟରେ ଖେଳା ଯାଇଛି। ଏହି MPL ଲିଗ୍ ଫାଇନାଲ ମ୍ୟାଚରେ ବହୁ ସମ୍ମାନୀୟ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରଣ କରାଯାଇଛି।

ମୁଖ୍ୟ ଅତିଥି ଭାବେ LIC MDRT, COT ଉତ୍ତମ କୁମାର ସାନା ଉପସ୍ଥିତ ରହିଥିବା ବେଳେ, ସମ୍ମାନୀୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ଆସୋସିଏସନ୍ ସମ୍ପାଦକ ଅର୍ଜୁନ ତ୍ରିପାଠୀ, ଜିଲ୍ଲା ଆଥେଲେଟିକ ଆସୋସିଏସନ୍ ସମ୍ପାଦକ ରବି ନାୟକ, ବାବୁଲା ରାଉତ ସିନିୟର୍ କ୍ରିକେଟର ଜୟପୁର, ଡିସିଏ ମାଲକାନଗିରି ସଭାପତି ଏମଡି ଫାରୁକ, ସମ୍ପାଦକ ବାବୁଲା ସାହୁ, ସତ୍ୟବୀର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ଟଚ୍ ଜିତି ବୈପାରିଗୁଡା ଟିମ୍ ଫିଲ୍ଡିଙ୍ଗ କରିଥିବା ବେଳେ ଅପଜିସନ ଟିମ୍ ଉତ୍ତମ ମଲ୍ଲିକ 369 କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଏବଂ ପ୍ରଥମେ ୨୦ ଓଭର ବ୍ୟାଟିଂ କରି ଉତ୍ତମ ମଲ୍ଲିକ 369 ଟିମ୍ ୧୫୪ ରନ୍ କରିଥିଲେ।

ଜବାବରେ ଢାଲ ବରିୟାର ବୈପାରିଗୁଡ଼ା ଟିମ୍ ୫ଟି ଉଇକେଟ ହରାଇ ବିଜୟୀ ଲାଭ କରିଛନ୍ତି। MPLଫାଇନାଲର ବିଜେତା ଢାଲ ବରିଅରସ୍ ବୈପାରିଗୁଡା଼ ଟିମ୍ କୁ ଏକ ଲକ୍ଷ ଟଙ୍କା ଏବଂ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନାର ଟିମ୍ ଉତ୍ତମ ମଲ୍ଲିକ 369 ଟିମ୍ କୁ 70000 ସହିତ ଟ୍ରଫି ପ୍ରଦାନ କରାଯାଇଛି। ଭୁବନେଶ୍ୱର କିଟ୍ ଇଉନିଭରସିଟି ଲିଗ୍ ର ଏସ୍ପନ୍ଶର ଭାବରେ ଦାୟିତ୍ଵ ତୁଲାଇଥିଲେ। ଏଥି ସହିତ ମାଲକାନଗିରି ଜଗଦୀଶ ରାଓ କ୍ରିକେଟ ଆସୋସିଏସନ୍ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ। ସମ୍ପୁର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ମାଲକାନଗିରି ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ସୁଚିନ୍ତିକ ପପ୍ପୁ ସିଂ ଙ୍କ ଦ୍ଵାରା ଏତେ ବଡ଼ ଆୟୋଜିତ ଲିଗ୍ ର ସଫଳତାର ସହିତ ସମ୍ପୁର୍ଣ୍ଣ ହୋଇପାରିଛି।

Related posts

କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା

Odisha Halchal

ଜଙ୍ଗଲକୁ ୧୦ ଟିକିଆ ହାତୀପଲ

Odisha Halchal

ଦୁର୍ନୀତିରେ ଲିପ୍ତ ଶିକ୍ଷକ !

Odisha Halchal

Leave a Comment