ଓଡ଼ିଶା ଖବରନ୍ୟୁଜ୍

ହିନ୍ଦୁ ଜାଗରଣ ସାମୁଖ୍ୟ ପଶ୍ଚିମ ପ୍ରାନ୍ତ ସଭା

ହିନ୍ଦୁ ଜାଗରଣ ସାମୁଖ୍ୟ ପଶ୍ଚିମ ପ୍ରାନ୍ତ ସଭା

ନୂଆପଡା:-(ରିପୋର୍ଟ :-ତେଜୁରାମ ନାଏକ) କୋମନା ବ୍ଲକ ତିଖାଲୀ ଡ୍ୟାମ ଠାରେ ହିନ୍ଦୁ ହିନ୍ଦୁ ଜାଗରଣ ସାମୁଖ୍ୟ ପଶ୍ଚିମ ପ୍ରାନ୍ତ ଓଡିଶା ଶାଖା ଜିଲ୍ଲା -ନୂଆପଡାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା.

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପୁସ୍ତମ ସୁନାନୀ, ସହ ପ୍ରମୁଖ ସମ୍ପର୍କ ମୁଖ୍ୟ, ଶ୍ରୀଯୁକ୍ତ ଗଙ୍ଗାଧର ଭେଶ୍ରାମ -ହିନ୍ଦୁ ଜାଗରଣ ପ୍ରାନ୍ତ ସହ ସଂଯୋଜକ, ଶ୍ରୀଯୁକ୍ତ ଜୟଶର ଶବର, ଜିଲ୍ଲା କାର୍ଯ୍ୟବାହ, ଦିଲ୍ଲୀପ କୁମାର ତ୍ରିବେଦୀ, ସଭାପତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଖଡ଼ିଆଳ, ସମ୍ପାଦକ ଶ୍ରୀଯୁକ୍ତ ବିନୋଦ କୁମାର ଖଡ଼ିଆଳ, ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାପାତ୍ର, ଜିଲ୍ଲା ସଂଯୋଜକ ହିନ୍ଦୁ ଜାଗରଣ, ଶ୍ରୀଯୁକ୍ତ ସତୀଶ ଯୋଶୀ,ଜିଲ୍ଲା ସଂଯୋଜକ ନୂଆପଡା ସହ ଆଇନଜୀବୀମାନେ ଓ ଜିଲ୍ଳାର ଶହ ଶହ ହିନ୍ଦୁ ଯୁବକ ଯୁବତୀ ଉପସ୍ଥିତ ଥିଲେ.ହିନ୍ଦୁମାନେ ହେଉଛନ୍ତି ଭାରତର ପ୍ରାଚୀନ ଧର୍ମ. ଭାରତର ସଂସ୍କୃତି, ପରମ୍ପରା, ଆଦର୍ଶ, କଳା, ସମାଜକୁ ସୁରକ୍ଷୀତ ରଖିବା ପାଇଁ ହିନ୍ଦୁମାନଙ୍କ ଦ୍ୱାରା ସମ୍ଭବ ହୋଇପାରିଛି. ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ସହ ରାଷ୍ଟ୍ରର ସୁରକ୍ଷା କରିବା ପାଇଁ ହିନ୍ଦୁମାନେ ସଜାଗ ହେବା ଉଚିତ.

ବିଶ୍ୱରେ ଶାନ୍ତି ଓ ସଦଭାବନା ସୃଷ୍ଟି ପାଇଁ ହିନ୍ଦୁ ଧର୍ମ ଏକ ମାଇଇଖୁଣ୍ଟ ଭଳି କାମ କରେ. ହିନ୍ଦୁ ଧର୍ମର ଆଦର୍ଶ, ଆଭିମୁଖ୍ୟ, ସମାଜସେବା କାର୍ଯ୍ୟ, ଗୋମାତା ସୁରକ୍ଷା, ସଂସ୍କୃତି, ପରମ୍ପରା ଐତିହ୍ୟକୁ ବଞ୍ଚେଇବା ପାଇଁ ହିନ୍ଦୁ ଜାଗରଣ କାର୍ଯ୍ୟକ୍ରମ କରିବା ଦ୍ୱାରା ଲୋକମାନେ ସଚେତନ ହୋଇପାରିବେ. ତେବେ ଯାଇ ଭାରତ ଏକ ଶ୍ରେଷ୍ଠ ଦେଶ ଓ ବିଶ୍ୱ ଗୁରୁ ଭାବରେ ଦୁନିଆରେ ନିଜର ନାଁ କୁ ଚିରଦିନ ପାଇଁ ଅକ୍ଷୁର୍ଣ୍ଣ ରଖି ପାରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ

Related posts

ମହଙ୍ଗା ପଡିଲା ପୋଲିସକୁ ଗାଁ ଲୋକଙ୍କ ଆକ୍ରମଣ

Odisha Halchal

ମାଓ ପୋଷ୍ଟର ବ୍ଯାନର ସୋସିଆଲ ମିଡିଆରେ

Odisha Halchal

କରୋନା-ମଙ୍କିପକ୍ସଠୁ ଅଧିକ ବିପଦପୂର୍ଣ୍ଣ ଏହି ଭାଇରସ୍‌, ଘାନାରେ ଚିହ୍ନଟ ୨ ରୋଗୀଙ୍କ ମୃତ୍ୟୁ

Odisha Halchal

Leave a Comment