ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଯୋଡାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା: ସମଗ୍ର କେନ୍ଦୁଝର ଜିଲ୍ଲାରେ ନେର୍ଟୱାର୍କ ର ଇଣ୍ଟରନେଟ୍ ସେବା ବନ୍ଦ

କେନ୍ଦୁଝର ଜିଲ୍ଲାରେ ନେର୍ଟୱାର୍କ ର ଇଣ୍ଟରନେଟ୍ ସେବା ବନ୍ଦ

ଯୋଡା ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସୃଷ୍ଟି ହେବା କାରଣରୁ ବର୍ତ୍ତମାନ ଉତ୍ତେଜନା ଅଧିକ ହେବାରେ ଲାଗିଛି । ପରିସ୍ଥିତିରେ ସୁଧାର ଆଣିବା ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଉଛି ।

ତେବେ ଗତକାଲି ୧୪୪ ଧାରା ଲାଗୁ କରିବା ପାଇଁ ବାଧ୍ୟ ହୋଇଥିଲା ପ୍ରଶାସନ ତେବେ ଆଜି ମଧ୍ୟ ୧୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏହା ସହ ସମଗ୍ର କେନ୍ଦୁଝର ଜିଲ୍ଲାରେ ନେର୍ଟୱାର୍କ ର ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

ସୁଚନା ଅନୁସାରେ ଗତ ରବିବାର ଥିଲା ରାମନବମୀ। ସେଥିପାଇଁ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଯୋଗ ଦେଇଥିବା ଲୋକମାନେ ଝଣ୍ଡା ଧରି ୪ ନମ୍ୱର ୱାର୍ଡରେ ଥିବା ଶିବ ମନ୍ଦିରକୁ ଯିବା ପାଇଁ ଚାହୁଁଥିଲେ।

କିନ୍ତୁ ପୁଲିସ୍ ଯିବାକୁ ଅନୁମତି ଦେଇନଥିଲା। ଗତ ସକାଳେ ପୁଣି ଥରେ ୫ ଜଣ ଯୁବକ ଝଣ୍ଡା ଧରି ମନ୍ଦିରକୁ ଯିବାକୁ ବାହାରିଥିଲେ।ପୁଲିସ ସେମାନଙ୍କୁ ବାରଣ କରିଥିଲା।

ଯାହାଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉତ୍ତ୍ୟକ୍ତ ଲୋକମାନେ ଷ୍ଟେଟ୍ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସି ଥିଲେ। ଅପରାହ୍ନରେ ପୁଣି ଥରେ ଝଣ୍ଡା ଧରି ସେମାନେ ମନ୍ଦିରକୁ ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ। ଉଭୟଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Related posts

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

Odisha Halchal

ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତି ଙ୍କ ଦାୟିତ୍ୱ ଗ୍ରହଣ

Odisha Halchal

ବଳ ଗୋଟାଇ ଫେରୁଛି କରୋନା, ଆଲର୍ଟ ଜାରି କଲା ଭାରତ

Odisha Halchal

Leave a Comment