ନ୍ୟୁଜ୍

ମାଓ ପୋଷ୍ଟର ବ୍ଯାନର ସୋସିଆଲ ମିଡିଆରେ

ମାଓ ପୋଷ୍ଟର ବ୍ଯାନର ସୋସିଆଲ ମିଡିଆରେ

କଣ୍ଟାବାଞ୍ଜି:-ମାଓ ପୋଷ୍ଟର ବ୍ଯାନର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ I ପୋଲିସ ବାହିନୀ ନିକଟରେ କୌଣସି ଖବର ନାହିଁ| ପୁଣି ଥରେ ଲାଲ ଗଡରେ ମାଓ ପୋଷ୍ଟର l

ଲାଲଗଡ଼ କୁହାଯାଉଥିବା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରେ ଲାଗିଛି ମାଓବାଦୀ ଙ୍କ ପୋଷ୍ଟର l ଆସନ୍ତା ଫେବୃଆରୀ ମାସରେ ଥିବା ପଞ୍ଚlୟତ ନିର୍ବାଚନ କୁ ଆଖି ଆଗରେ ରଖି ତୁରେକେଲା ଥାନା ସମର ସିଂ ନିକଟରେ ମାଓବାଦୀ ଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି l ଏଥିରେ କୁହାଯାଇଛି ଯେ ପଞ୍ଚlୟତ ନିର୍ବାଚନ କୁ ବର୍ଜନ କରନ୍ତୁ ଓ ଏଠି ଗାଁ ଗାଁରେ ଜନତା ସରକାର କରନ୍ତୁ l

ନେତା ମାନଙ୍କ ପର୍ଦାଫlସ କରନ୍ତୁ ବୋଲି କୁହାଯାଇଛି l ଦୁର୍ନୀତି ଗ୍ରସ୍ତ ସରକାର ଓ ଦୁର୍ନୀତି ଗ୍ରସ୍ତ ନିର୍ବାଚନ କୁ ବର୍ଜନ କରନ୍ତୁ l ଗାଁ ର ଉନ୍ନତି କେମିତି ହେବ ନିଜେ ନିଜେ କରନ୍ତୁ l ନିଜର ଆନ୍ଦୋଳନ ନିଜେ ଲଢନ୍ତୁ କିନ୍ତୁ ପଞ୍ଚlୟତ ନିର୍ବାଚନ ଭୋଟ କୁ ବର୍ଜନ କରନ୍ତୁ ବୋଲି ଲେଖାଯାଇଛି l

ସେପଟେ ବାରମ୍ବାର ତୁରେକେଲା ପୋଲିସ କୁ ପଚାରିବାରୁ ଥାନା ଅଧିକାରୀ ଜାଣିନଥିବା କହିବା ସହ କଣ୍ଟାବାଞ୍ଜି ଏସଡିପିଓ ଙ୍କୁ ଯୋଗାଯୋଗ କରିଥିଲେ ବି ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ l ତେବେ ପୋଲିସ କରୁଛନ୍ତି କଣ ଏହା କଣ ଅଞ୍ଚଳର ପୋଲିସ ବିଭାଗ ପାଇଁ ଲଜ୍ଜାଜନକ ବିଷୟ ନୁହଁ କି, ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସ୍ଥାନୀୟ ପୋଲିସ ବାହିନୀ ଉପରେ I

Related posts

ହାତୀ ଘଉଡାଇବାରେ ବନ ବିଭାଗ ବିଫଳ

Odisha Halchal

ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଭୂମି ସମ୍ମାନ

Odisha Halchal

ପୁଲୱାମା ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Odisha Halchal

Leave a Comment