ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଭୂମି ସମ୍ମାନ

ରାୟଗଡା(ଓଡିଶା ହାଲଚାଲ):-ଜିଲ୍ଲାପାଳ ଗ୍ରହଣ କରିଛନ୍ତି ଭୂମି ସମ୍ମାନ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ଭୂମି ସମ୍ମାନ ପ୍ରଦାନ କରିବା ସହ ମାନପତ୍ର ଓ ଫଳକ ପ୍ରଦାନ କରିଥିଲେ ।

ରାୟଗଡା ଜିଲ୍ଲାର ସମସ୍ତ ତହସିଲର ଖତିୟାନ କମ୍ପ୍ୟୁଟିକରଣ, କଡ୍ରଷ୍ଟଲ ମ୍ୟାପ ଅଧୁନିକରଣ, ଖତିୟାନ ସହ କଡ୍ରଷ୍ଟଲ ମ୍ୟାପ ସଂଯୋଗୀଙ୍କରଣ, ଅନ ଲାଇନ ଜମି ପଞ୍ଜୀକରଣ, ରେକର୍ଡ ରୁମ ଅଧୁନିକରଣ ଆଦିର ମପଦଣ୍ଡ ଉପରେ ସମୀକ୍ଷା କରି ଏସବୁଥିରେ ଶତପ୍ରତିଶତ ଲକ୍ଷ ଧାର୍ଯ୍ୟ ହାସଲ କରିଥିବାରୁ ରାୟଗଡା ଜିଲ୍ଲାକୁ ପ୍ଲାଟିନମ ଗ୍ରେଡ଼ର ସଫଳତା ମିଳିଥିବା ବେଳେ ଆଜି ଭୂମି ସମ୍ମାନରେ ସମ୍ମାନିତ କରାଯାଇଛି ।

ଭାରତ ସରକାରଙ୍କ ଗ୍ରାମୀୟ ଉନ୍ନୟନ ମନ୍ତ୍ରଣାଳୟର ଭୁସମ୍ପଦ ବିଭାଗ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି l ଆଜିର ଏହି ପୁରସ୍କାର ଗ୍ରହଣ ଉତ୍ସବରେ ଗୁଡ଼ାରି ତହସିଲଦାର ଶ୍ରୀମତୀ ଭାରତୀ ଦେବୀ, ମୁନିଗୁଡା ତହସିଲଦାର ସୁଶ୍ରୀ ଅନାମିକା ପାଣ୍ଡେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଉପସ୍ଥିତ ଥିଲେ ।

Related posts

ରୁଷର କମ୍ପାନୀ ସହ ବ୍ୟବସାୟ ବନ୍ଦ କଲା SBI, ପ୍ରତିବନ୍ଧକର ରହିଛି ଭୟ

Odisha Halchal

ଭୁବନେଶ୍ବର ରେଲୱେ ଷ୍ଟେସନରୁ ଚୋରି ଅଭିଯୋଗ : ୩ ଆନ୍ତରାଜ୍ୟ ଲୁଟେରା ଗିରଫ

Odisha Halchal

ଟ୍ରେନ୍‌ ଲାଇନ୍‌ରେ ବିସ୍ଫୋରଣ କଲେ ନକ୍ସଲ! ରାଜଧାନୀ ଏକ୍ସପ୍ରେସ୍‌ ସମେତ ୭ଟି ଟ୍ରେନ୍‌ର ବଦଳିଲା ଗତିପଥ

Odisha Halchal

Leave a Comment