ଗଞ୍ଜାମ ବଡ଼ଗଡ଼ ଥାନା ରାଶିବାଡ଼ି ଗାଁରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଫଳରେ ଏହି ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି ।
ଗୁରୁତର ମହିଳା ଜଣଙ୍କ ପରାଣ୍ଡି ପାତ୍ର ବୋଲି ସୂଚନା ମିଳିଥିବା ବେଳେ ତାଙ୍କୁ ଆସିକା ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ତାଙ୍କର ବାମ ହାତର କାନ୍ଧରେ ଗୁଳି ବାଜିଛି । ତେବେ ଆଶ୍ଚର୍ଯ୍ୟର କଥା ଯେ ସ୍ୱାମୀ ଏହି ଗୁଳିମାଡ଼ କରିଥିବା ଅଭିଯୋଗ ଆଣିଛନ୍ତି ଗୁରୁତର ସ୍ତ୍ରୀ ।