ଅପରାଧଓଡ଼ିଶା ଖବରନ୍ୟୁଜ୍

ଗିରଫ ହେଲା ହନିଟ୍ରାପ କୁଇନ୍ ଅର୍ଚ୍ଚନାର ସ୍ୱାମୀ

ଗିରଫ ହେଲା ହନିଟ୍ରାପ କୁଇନ୍ ଅର୍ଚ୍ଚନାର ସ୍ୱାମୀ

ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଆସିଲା ନୂଆ ମୋଡ । ଗିରଫ ହେଲା ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମନିଲଣ୍ଡିରଂ ମାମଲାରେ ପ୍ରମାଣ ମିଳିବା ପରେ ଇଡି ଜଗବନ୍ଧୁକୁ ଗିରଫ କରିଛି । ଏଥିସହିତ ପୁଣି ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରବ ଇଡି । ତେବେ ଜଗବନ୍ଧୁ ଗିରଫ ପରେ ଅର୍ଚ୍ଚନା ନାଗର ଅଡୁଆ ବଢିବାରେ ଲାଗିଛି ।

ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନା ଏବଂ ତାର ସହେଯାଗୀ ଖଗେଶ୍ୱରକୁ ଗିରଫ କରିଥିଲା ଇଡି । ତେବେ ଏହି ମାମଲାରେ ଇଡି ଏପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଗକୁ ଏହି ତାଲିକା ଆହୁରି ବଢିପାରେ ବୋଲି ଆଶା କରାଯାଉଛି । ।
ତେବେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲାରେ ଅନେକ ବଡ ବଡିଆଙ୍କ ସମ୍ପୃକ୍ତି ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ଅର୍ଚ୍ଚନା କିନ୍ତୁ ଇଡିକୁ ତଦନ୍ତରେ ସହଯୋଗ କରୁନଥିବା କୋର୍ଟରେ ଇଡିର ଅଧିକାରୀ କହିଥିଲେ ।

ଅନ୍ୟପକ୍ଷେ ଗଣମାଧ୍ୟମରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଥିଲା । ସେ କହିଥିଲା ସେ ନିର୍ଦ୍ଦୋଷ ଓ ତାକୁ ଫଶାଯାଉଛି, । ଏଥିସହିତ ସେ ଏହା ମଧ୍ୟ କହିଥିଲା ଯେ ମୋତେ ସମୟ ଦେଲେ ମୁଁ ସବୁକିଛି କହିବି । ଯାହା ଓଡ଼ିଶା ରାଜନୀତିକୁ ପରିବର୍ତ୍ତନ କରିଦେବ ବୋଲି ଅର୍ଚ୍ଚନା କହିଥିଲା।ତେବେ ଏହି ମାମଲାରେ ବର୍ତ୍ତମାନ ଜଗବନ୍ଧୁ ର ଗିରଫ ଅର୍ଚ୍ଚନା ନାଗ ମାମଲା ଅନେକ ଘଟଣା ରହସ୍ୟ ଖୋଲିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଆଗକୁ ଏହି ମାମଲାରେ ଇଡି କେଉଁ ଗୁମର ଖୁଲାସା କରିବେ ତାହା ଦେଖିବାକୁ ବାକି ରହିଲା ।

Related posts

ମାଆ ଶ୍ୟାମାକାଳୀଙ୍କ ପୂଜା ପାଇଁ କଳସ ଯାତ୍ରା

Odisha Halchal

ପାଣି ପାଇଁ ରାସ୍ତା ରୋକ

Odisha Halchal

ଗର୍ଜନ ପାହାଡରେ ପୁଣି କଳାବାଘର ଗର୍ଜନ

Odisha Halchal

Leave a Comment