ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଋଷ-ୟୁକ୍ରେନ୍ ଯୁଦ୍ଧ ବେଲାଋଷରେ ଆରମ୍ଭ ହେଲା ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା

ଋଷ-ୟୁକ୍ରେନ୍ ଯୁଦ୍ଧ ବେଲାଋଷରେ ଆରମ୍ଭ ହେଲା ଶାନ୍ତି ଆଲୋଚନା

ଦୀର୍ଘ ୫ ଦିନ ଧରି ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ । ପ୍ରତି ମୂହୂର୍ତ୍ତରେ ୟୁକ୍ରେନ୍‌ରେ ବିସ୍ଫୋରଣ କରୁଛି ଋଷ । ୟୁକ୍ରେନ୍ ମଧ୍ୟ ଯଥା ସମ୍ଭବ ଜବାବ୍ ଦେଉଛି ଋଷ କୁ ଏଭଳି ସ୍ଥିତି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଏହି ଯୁଦ୍ଧ ବିଶ୍ୱ ଶାନ୍ତିକୁ ଭଙ୍ଗ କରୁଛି ।

ଋଷ ଓ ୟୁକ୍ରେନ୍ ର ଏହି ଯୁଦ୍ଧ ଏବେ ଏକପ୍ରକାର ତୃତୀୟ ବିଶ୍ୱ ଯୁଦ୍ଧ ଆଡେ ମୁହାଁଇଛି । ଏଭଳି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଆସିଥିବା ବେଳେ ବହୁ ବାଦ ବିବାଦ ପରେ ଉଭୟ ଦେଶ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଥିଲେ ।

ବର୍ତ୍ତମାନ ଋଷ ସୀମାରେ ଥିବା ବେଲାଋଷରେ ଆରମ୍ଭ ହୋଇଛି ଏହି ଶାନ୍ତି ଆଲୋଚନା । ଋଷର ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୂଯାଇ ବେଲାଋଷରେ ଏବେ ଦୁଇ ଦେଶର ବରିଷ୍ଠ ଅଧିକାରୀ ମାନଙ୍କ ଦ୍ୱାରା ହାଇଲେଭଲ ମିଟିଂ ଜାରି ରହିଛି ।

ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ପୁଣି ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ଏବଂ ଶତୃତାକୁ ସମାପ୍ତ କରିବା ।

Related posts

LIC ଆଇପିଓ, ମେ’ ୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ

Odisha Halchal

ଖରାପ ପାଗ ଯୋଗୁ ସ୍ଥଗିତ ହେଲା ଅମରନାଥ ଯାତ୍ରା

Odisha Halchal

ଗୁଳି ଫୁଟାଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଅପହରଣ

Odisha Halchal

Leave a Comment